Pratidin TV

Odisha's Digital News Platform

ଆନ୍ଧ୍ରପ୍ରଦେଶ ରାଜନୀତିରେ ହଲଚଲ , ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ୧୭୫୦ କୋଟି ଦେବାକୁ ଡିଲ କରିଥିଲେ ଆଦାନୀ

1 min read

୨ ଦିନ ହେଲା ଦେଶରେ ଚାଲିଛି ଆଦାନୀ ଝଡ଼ | ଭାରତୀୟ ଶିଳ୍ପଟି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଂଗୀନ ଅଭିଯୋଗ ଆଣିବା ପରେ ଏବେ ଗୋଟେ ପରେ ଗୋଟେ ତଥ୍ୟ ସାମ୍ନାକୁ ଆସୁଛି | ତେବେ ଆଦାନୀ ହସିବା ପରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି | ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ଲାଞ୍ଚ ଦେଇଥିଲେ ଗୌତମ ଆଦାନୀ | ଏଭଳି କିଛି ଖବର ସାମ୍ନାକୁ ଆସିଛି |

ଜଗନଙ୍କୁ ଆଦାନୀ ଭେଟିବା ସହ ପ୍ରାୟ ୧୭୫୦କୋଟି ଟଙ୍କା ଲାଞ୍ଚ ଦେବାକୁ କଥା ହେହାଇଥିବା କ ଅଭିଯୋଗ ଆଣିଛି ଆମେରିକା ଏଜେନ୍ସି । ଗତକାଲି ଆମେରିକା ଆଦାନୀଙ୍କ ଉପରେ ଭାରତର ସରକାରୀ ଅଧିକାରୀଙ୍କୁ ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇ ଚୁକ୍ତି ପାଇବାକୁ ଚେଷ୍ଟା କରିଥିବା ଏବଂ ନିବେଶକଙ୍କୁ ଠକିଥିବା ଅଭିଯୋଗ କରିଥିଲା । ତେବେ ଏଥିରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ର୍ରୀ ଜଗନ ମୋହନ ରେଡ୍ଡୀଙ୍କର ନାଁ ସମ୍ନାକୁ ଆସିଛି |

Advertisement

ସାକ୍ଷାତ ୨୦୨୧ରେ ତତକାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ ଜଗନମୋହନ ରେଡ୍ଡୀ | ତାଙ୍କୁ ଭେଟି ଲାଞ୍ଚ ଦେବାକୁ ପ୍ରତିଶୃତି ଦେଇଥିଲେ ଗୌତମ ଆଦାନୀ | ଆମେରିକା ସିକ୍ୟୁରିଟି କମିଶନ ଏପରି କିଛି ଅଭିଯୋଗ ଆଣିଛି | ସେ ଦାବି କରିଛି ଯେ, ଜଗନ ମୋହନ ସହ ଭେଟି ଗୌତମ ଆଦାନୀ ସରକାରଙ୍କ ସହ ସୌରଚୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ | ଏହାକୁ ଦୁହିଁଙ୍କ ମଧ୍ୟରେ ରଖିବା ପାଇଁ ଟଙ୍କା କାରବର ମଧ୍ୟ ହୋଇଥିଲା |
ଚୁକ୍ତି ପାଇଁ ଜଗନଙ୍କୁ ୧୭୫୦କୋଟି ଟଙ୍କା ଦେବାକୁ ଡିଲ ହୋଇଥିଲା | ତେବେ ଅଭିଯୋଗରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ଏହି ବୈଠକ ସମୟରେ ଆଦାନୀ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ | ତେବେ ଏଥିପାଇଁ ୧୭୫୦କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିବା ନେଇ ଉଲ୍ଲେଖ କରାଯାଇଛି | ବୈଠକ ପରେ ଏସଇସିଆରୁ ୭ ସୋଲାର ଏନର୍ଜି କିଣିବାକୁ ରାଜି ହୋଇଥିଲା | ଅନ୍ୟପଟେ ଏହି ଆଭିଯୋଗ]କୁ ଖଣ୍ଡନ କରି ୱାଇଆରସି କଂଗ୍ରେସ |

Leave a Reply

Your email address will not be published. Required fields are marked *