ବିଧାୟକଙ୍କ ଦାଦାଗିରି ପୋଲିଂ ବୁଥରେ ପଶି ଭାଙ୍ଗିଦେଲେ EVM ମେସିନ୍
1 min readଦିନ ଦ୍ୱିପହରେ ପୋଲିଂ ବୁଥରେ ପଶିଲେ ବିଧାୟକ ଭାଙ୍ଗିଦେଲେ EVM ମେସିନ | ଆନ୍ଧ୍ରପ୍ରଦେଶର ଶାସକ ଦଳ YSRCP ବିଧାୟକ ପି ରାମକୃଷ୍ଣ ରେଡ୍ଡୀଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ | ତେବେ ଏହି ପୁରା ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ତେବେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିଲା, ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ବୁଥ ଭିତରେ ପଶି ଆସିଥିଲେ | ଏବଂ ଇଭିଏମ୍ ମେସିନ୍ ଭାଙ୍ଗି ଦେଇଥିଲେ | ଏବଂ ତା’ ସହ ପୋଲିଂ କର୍ମୀଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଥିଲା | ଏହି ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ ଆୟୋଗ ଯାଞ୍ଚ କରିବା ସହ ଭିଡ଼ିଓଟିକୁ ପୋଲିସକୁକ ହସ୍ତାନ୍ତର କରାଯାଇଛି |
ତେବେ ସୂଚନା ଅନୁଯାୟୀ ମେ’ ୧୩ ତାରିଖରେ ମାଚରଲା ବିଧାନସଭା ଅଞ୍ଚଳର ବୁଥ ନମ୍ବର ୨୦୨ ଓ ୭ରେ ଇଭିଏମ୍ ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭିରେ ରେକର୍ଡ ଦେଖିବାକୁ ମିଳିଥିଲା ବିଧାୟକ ପି. ରାମକୃଷ୍ଣ ରେଡ୍ଡୀ ଇଭିଏମ୍କୁ ତଳେ ପକାଇ ଭାଙ୍ଗୁଥିଲେ | ଘଟଣାର ତଦନ୍ତ ପାଇଁ ପୁଲିସକୁ କୁହାଯାଇଛି। । ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଏବଂ ବିଧାୟକଙ୍କ ନାଁକୁ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓ ମୁକେଶ କୁମାର ମୀନାଙ୍କୁ ଡିଜିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳର ବିଧାୟକ ନିର୍ବାଚନ ହାରିଯିବା ଭୟରେ ଇଭିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିବା ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ ପାର୍ଟିର ମହାସଚିବ ନାରା ଲୋକେଶ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।