Pratidin TV

Odisha's Digital News Platform

ପୋଲିଂ ବୁଥରେ ଭୋଟରଙ୍କୁ ଚାପୁଡ଼ା ମାରିଲେ ବିଧାୟକ..ଓଲଟା ଚାପୁଡ଼ା ମଧ୍ୟ ପାଇଲେ

1 min read

ଭୋଟରଙ୍କ ଚାପୁଡ଼ା ମାରି ଜଣେ ବିଧାୟକଙ୍କ ନାଁ ରେ ହୋଇଛି ଅଭିଯୋଗ | ଏପରି ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି | ଜଣେ ବିଧାୟକ ଆଗୁଆ ଭୋଟ ଦେବା ଉଦ୍ୟମ କଲା ବେଳେ ଜଣେ ଭୋଟର ବିରୋଧ କରିବାରୁ ଏପରି ଚାପୁଡ଼ା ମାରିଥିଲେ ବିଧାୟକ |

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ ଆଗୁଆ ଭୋଟ ଦେବାକୁ ଉଦ୍ୟମ କରି ବିରୋଧର ସମ୍ମୁଖୀନ ହୋଇଛନ୍ତି | ଭୋଟର ବିରୋଧ କରିଥିବାରୁ ବିଧାୟଜ ଜଣକ ଭୋଟରଙ୍କୁ ଚାପୁଡ଼ା ମାରିଥିଲେ | ଭୋଟର ଜଣକ ମଧ୍ୟ ଏହାର ଜବାବ ଦେଇ ବିଧାୟକଙ୍କୁ ମଧ୍ୟ ଗୋଟିଏ ଚାପୁଡ଼ା ମାରିଛନ୍ତି। ଗୁଣ୍ଟୁର ଜିଲ୍ଲାରେ ଥିବା ଗୋଟିଏ ପୋଲିଂ ବୁଥରେ ଆଜି ଏପରି ଘଟଣା ଘଟିଛି। ତେବେ ଏହି ଘଟଣାର ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି |

Advertisement

ତେବେ ଆନ୍ଧ୍ର ପ୍ରଦେଶର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି | ଏହିକ୍ରମରେ ଗୁଣ୍ଟୁରର ଗୋଟିଏ ପୋଲିଂ ବୁଥରେ ଚାଲିଥିଲା ମତଦାନ | ଭୋଟ ଦେବାକୁ ଲୋକଙ୍କର ଭିଡ଼ ଜମିଥିଲା | ସେହି ସସମାୟାରେ ଆନ୍ଧ୍ରପ୍ରଦେଶର ବିଧାୟକ ଶିବକୁମାରଆଗକୁ ବଢି ଆଗୁଆ ପୋଲିଂ ବୁଥରେ ପଶିବାକୁ ଚେଷ୍ଟା କରିଥିଲେ | କିନ୍ତୁ ସାମ୍ନାରେ ଜଣେ ଭୋଟର ଏହାକୁ ବିରୋଧ କରିଥିଲେ | ଏଥିରେ ଉତ୍ୟକ୍ତ ହୋଇଯାଇ ଶିବ କୁମାର ଉକ୍ତ ଭୋଟରଙ୍କ ପାଖକୁ ଆସି ଚାପୁଡ଼ା ମାରିଥିଲେ | ଭୋଟର ଜଣଙ୍କ ମଧ୍ୟ ଉତ୍ତରରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ | ଏହାଦେଖି ବିଧାୟକ ସମର୍ଥକମାନେ ଉକ୍ତ ବ୍ୟକ୍ତିଙ୍କୁ ମାରପିଟ ଆରମ୍ଭ କରିଥିଲେ | ତେବେ ଏହି ଘଟଣାର ୧୦ ସେକେଣ୍ଡର ଭିଡିଓରେ କୌଣସି ପ୍ରକାରର ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳି ନାହିଁ।

ଭିଡ଼ିଓ ଭାଇରାଲ ହେବା ପରେ ବିଧାୟକଙ୍କ ଉପରେ ତୀବ୍ର ନିନ୍ଦା କରିଛନ୍ତି | ବିରୋଧୀ ଦଳ କହିଛନ୍ତି ୱାଇଏସ୍‌ଆର କଂଗ୍ରେସ ପରାସ୍ତ ହେବାକୁ ଯାଉଥିବାରୁ ଏଭଳି କାଣ୍ଡ ଘଟାଇଥିବା ଦଳ କହିଛି।

Leave a Reply

Your email address will not be published. Required fields are marked *