ଆଣ୍ଡ୍ରଏଡ୍ ବ୍ୟବହାରକାରୀ ସାବଧାନ! ଫୋନ୍କୁ ଆସିଲା ନୂଆ ଭାଇରସ ଆଣ୍ଡ୍ରଏଡ୍ XLoader…ଚୋରି କରିଦେବ ସବୁ ଡାଟା
1 min readଭାରତରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ସଂଖ୍ୟା କୋଟି ଅଟେ। ସାମସଙ୍ଗ ଠାରୁ ଭିଭୋ ପର୍ଯ୍ୟନ୍ତ, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ (ଆଣ୍ଡ୍ରଏଡ୍ ଓଏସ୍) ବ୍ୟବହାର କରି ନିଜ ହ୍ୟାଣ୍ଡସେଟ ପ୍ରସ୍ତୁତ କରିଦେଇଥାନ୍ତି | ବର୍ତ୍ତମାନ ଏହିପରି କୋଟି କୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆସିଯାଇଛି ବଡ ବିପଦ। ସୁରକ୍ଷା ବିଶେଷଜ୍ଞମାନେ ନୂତନ ପ୍ରକାରର ମେଲୱେର୍ ବିଷୟରେ କହିଛନ୍ତି, ଯାହାର ନାମ ଆଣ୍ଡ୍ରଏଡ୍ XLoader |
ଏହି ମେଲୱେର୍ ସ୍ମାର୍ଟଫୋନରୁ ଗୁରୁତ୍ୱପୂର୍ଣ୍ଣ ଡିଟେଲସର ଆକ୍ସେସ ନେଇଯାଇଥାଏ | ଏହା ସହ SMS ଆକ୍ସେସ୍ ନେଇ ବ୍ୟାକଗ୍ରାଉଣ୍ଡରେ କାମ କରିଥାଏ | ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ। ଏହା ଫୋନ୍ରୁ ବ୍ୟାଙ୍କ ଆକାଉଣ୍ଟ ଖାତା ଖାଲି କରିପାରେ |
କିପରି ଆକ୍ରମଣ କରେ ଆଣ୍ଡ୍ରଏଡ୍ XLoader ମେଲୱେର୍?
ଆଣ୍ଡ୍ରଏଡ୍ XLoader ମାଲୱେର୍ ଡିଭାଇସକୁ ଅତି ସହଜରେ ଆକ୍ରମଣ କରିପାରିବ |ଫୋନରେ SMS ଦ୍ୱାରା ଏହାର ସଂକ୍ରମିତ ୱେବସାଇଟ୍ URL ଆସିଥାଏ | ଏହି ବାର୍ତ୍ତା ଫୋନରେ ଦୁଷ୍ଟ ଆପ୍ ପାଇଁ ବାଟ ଖୋଲିଥାଏ | ପ୍ରଦତ୍ତ ଲିଙ୍କରେ କ୍ଲିକ୍ କରିବା ପରେ, APK ଫାଇଲ୍ ହ୍ୟାଣ୍ଡସେଟରେ ଇନଷ୍ଟଲ ହୋଇଯାଏ | ମେସେଜ ଆସୁଥିବା ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ଏହା କାମ କରିବା ଆରମ୍ଭ କରେ |
ଏହା କେବଳ ମେସେଜ୍ ବକ୍ସକୁ ହ୍ୟାକ୍ କରିବନି ବରଂ ଫୋନ୍ରେ ଥିବା ଅନ୍ୟ ଆପ୍ ଗୁଡ଼ିକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଯିବ। ଏହାପରେ ସାଇବର୍ ଫ୍ରଡରମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ଆପଣଙ୍କୁ ବ୍ଲାକ୍ମେଲ୍ କରିପାରନ୍ତି। ତେବେ ସ୍ମାର୍ଟପୋନ୍ ୟୁଜର୍ସ ଏଥିପ୍ରତି ସାବଧାନ ରହିବା ଉଚିତ୍। ଅଯଥା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ନିକଟରେ ଗୁଗଲ୍ ପ୍ଲେ ଷ୍ଟୋର୍ରୁ ଅନେକ ସନ୍ଦେହଜନକ ଆପ୍କୁ ହଟାଯାଇଛି।