Pratidin TV

Odisha's Digital News Platform

ସାଂସଦ ହେଉ ହେଉ ବିବାଦରେ କଙ୍ଗନା , ରୁଜୁହୋଇପାରେ ମାମଲା ..

1 min read

ମଣ୍ଡି ଲୋକସଭା ଆସନରୁ ନବନିର୍ବାଚିତ  ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିବା ମାମଲା ଏବେ ନୂଆ ମୋଡ଼ ନେଇଛି । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଓକିଲ  କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛି। ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପୂର୍ବରୁ ଚଣ୍ଡିଗଡ଼ ବିମାନବନ୍ଦରରେ ଜଣେ ସିଏସ୍ଏଫ୍ କନେଷ୍ଟବଳଙ୍କୁ ଚାପୁଡ଼ା ମାରିଥିଲେ। କନଷ୍ଟେବଳ ଅଭିଯୋଗ କରିଛନ୍ତି ଯେ କୃଷକ ଆନ୍ଦୋଳନରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କଙ୍ଗନା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ତାଙ୍କ ମା ମଧ୍ୟ ସାମିଲ ଥିଲେ । ଓଡିଶାରେ ବଡ ଧରଣର ସିବିଆଇ ରେଡ; ୬୭ଟିସ୍ଥାନରେ ସିବିଆଇ ରେଡ ବର୍ତ୍ତମାନ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଆଇନଜୀବୀ (ଆଇଏଲ୍) ର ଏକ ପ୍ରତିନିଧୀ ଦଳ ମଙ୍ଗଳବାର ଦିନ ଜିଲ୍ଲା ପୋଲିସ ନିକଟରେ କଙ୍ଗନା ରଣାୱତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଆଇଏଲ୍ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ତଥା ସାଂସଦ କଙ୍ଗନା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଏବଂ ରାଜ୍ୟର ଧାର୍ମିକ ସମନ୍ୱୟ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। IAL ର ପଞ୍ଜାବ ୟୁନିଟର କାର୍ଯ୍ୟ କମିଟି ସଦସ୍ୟଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ଦଳ ଏସପି ତୁଷାର ଗୁପ୍ତାଙ୍କୁ ଭେଟି କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।,  କଙ୍ଗନାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ନେଇ ଦାବି ହୋଇଛି । ଅଭିଯୋଗ ହୋଇଛି ରଣାୱତ ରାଜ୍ୟର ଧାର୍ମିକ ସମନ୍ୱୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ତୁରନ୍ତ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ୍। ସୂଚନାନୁଯାୟୀ  କଙ୍ଗନା ରଣାୱତ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିଲେ। ହିମାଚଳ ପ୍ରଦେଶର ମଣ୍ଡିରୁ ନବ ନିର୍ବାଚିତ ସାଂସଦ କଙ୍ଗନା ରଣାୱତ ସୁରକ୍ଷା ବଳ ମଧ୍ୟରେ ଥାଇ ମଧ୍ୟ ଏପରି ଘଟଣା ଘଟିଥିଲା । ପରେ, କୁଲବିନ୍ଦରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇ  ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *