Pratidin TV

Odisha's Digital News Platform

ଆସନ୍ତାକାଲିଠୁ ସକାଳୁଆ ଚାଲିବ ଅଙ୍ଗନବାଡି କେନ୍ଦ୍ର ।

1 min read

ଭୁବନେଶ୍ୱର ; ଆସନ୍ତାକାଲିଠାରୁ ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ। ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି ।

ଏହା ପୂର୍ବରୁ ରାଜ୍ୟର ସମସ୍ତଙ୍କ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ସକାଳୁଆ ଘୋଷଣା କରିଥିଲେ ସରକାର । ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ଚାଲୁଛି ।

Advertisement

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୭.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭.୨, ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬ ତାପମାତ୍ରା ବୃଦ୍ଧି ପାଇଛି । ୨ ଦିନ ଭିତରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ବଢୁଥିବା ତାତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଛି।

Leave a Reply

Your email address will not be published. Required fields are marked *