Pratidin TV

Odisha's Digital News Platform

ନାହିଁ ଘର ଖଣ୍ଡିଏ , ମା ଛେଉଣ୍ଡ ୩ ପିଲାଙ୍କ ସାହା ଅଙ୍ଗନବାଡି ଦିଦି …

କେନ୍ଦ୍ରାପଡା ; ଦଶହରା ଛୁଟିରେ ସମସ୍ତେ ଖୁସି ମନେଇବାକୁ ଘରକୁ ଫେରି, ପରିବାର ସହ ମଉଜ ମଜଲୁସ କରୁଛନ୍ତି । ହେଲେ କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ ଆବାସିକ ବିଦ୍ୟାଳୟରୁ ଘରକୁ ଫେରିଥିବା ୩ ଜଣ ଭାଇ ଭଉଣୀଙ୍କ ଦୁଃଖ ବଢିଯାଇଛି । ପେଟକୁ ମୁଠେ ଦାନ ଦେବାକୁ ଘରେ ମୁଠାଏ ଚାଉଳ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରେ ସ୍ଥାନ ନାହିଁ । ପର ଘରେ ଆଶ୍ରୟ ନେଇଛନ୍ତି ବାପାଙ୍କ ସହିତ ଏଇ ୩ ଛାତ୍ର ଛାତ୍ରୀ ।

ମହାକାଳପଡ଼ା ବ୍ଲକ ଅଧିନସ୍ତ ଖରନାସି ପଞ୍ଚାୟତ ହାରିଆବାଙ୍କ ଗାଁ ଆଦିବାସୀ ସାହିର ସୁକୁଲୁ ଟୁଡୁ ଙ୍କ ପୁଅ ଝିଅ ଙ୍କ କଥା । ସୁକୁଲ ଜଣେ ଅତ୍ୟନ୍ତ ଗରିବ ଶ୍ରେଣିର ଲୋକ । ୫ ବର୍ଷ ପୂର୍ବେ ସ୍ତ୍ରୀ ରାଣୀ ଟୁଡୁର ମୃତୁ ହେବା ପରଠାରୁ ତିନୋଟି ପିଲାଙ୍କ ବୋଝକୁ ମୁଣ୍ଡେଇ ଚାଲିଛି ସୁକୁଲୁ । ଘର ଢ଼ିଅ ଖଣ୍ଡିଏ ହେଉଛି ସୁକୁଳର ସର୍ବସ୍ୱ ହେଲେ ସେଇ ଘରର ଖାଲି ଛପର ଛଡା ଆଉ କିଛି ନାହିଁ । ଘରର ଚାରି କାନ୍ଥ କହିଲେ କେଇଖଣ୍ଡ କପଡା ଓ ଗୋଟିଏ ଡେ଼କଚି ହାଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନାହିଁ । ଏତେ ଅଭାବ ଅନାଟନ ଭିତରେ ୩ ଜଣ ପିଲାଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଆବାସିକ ବିଦ୍ୟାଳୟରେ ନାମ ଲେଖାଇଥିଲେ ସୁକୁଲୁ । ବଡପୁଅ ଶ୍ୟାମସୁନ୍ଦର ୨ ୟ ଝିଅ ଦୁଲାରୀ ଓ ସାନପୁଅ ସାଗର ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରନ୍ତି ।

ତେବେ ପିଲା ଛୁଟିରେ ଘରକୁ ଫେରିବା ପରେ ସୁକୁଳର ଚିନ୍ତା ବଢ଼ି ଯାଇଥିଲା । ପିଲା କଣ ଖାଇବେ କୋଉଠି ରହିବେ କୋଉଠି ଶୋଇବେ । କେଉଁଠି ପିଲାଙ୍କୁ ରଖିବ ସୁକୁଲ ଏହି କଥା ଚିନ୍ତା କରି ଶେଷରେ ଶୁକ୍ରବାର ଦିନ ସନ୍ଧ୍ୟା ରେ ପହଞ୍ଚିଥିଲା ରାମନାଗର ପଞ୍ଚାୟତ ରାମଚଣ୍ଡୀ ସହି ପବିତ୍ର କୁମାର ବେହେରା ଙ୍କ ଘରେ । ସବୁ ଦୁଃଖ କହିଥିଲା ପବିତ୍ର ଓ ତାଙ୍କ ସ୍ତ୍ରୀ ବବିତାଙ୍କୁ । ଅନ୍ୟ ପକ୍ଷରେ ବବିତା ଜଣେ ଅଙ୍ଗନବାଡି କର୍ମୀ ହୋଇଥିବାରୁ ଛୋଟ ପିଲାଙ୍କ ପ୍ରତି ଥିଲା ଶ୍ରଦ୍ଧା ତେଣୁ ବବିତା ଦିଦି ସାଙ୍ଗେ ସାଙ୍ଗେ ପିଲାଙ୍କୁ କୁଲେନେଇ ନିଜ ପିଲାଙ୍କ ପରି ଖୋଇଦେବା ଠାରୁ ଆରମ୍ବ କରି ପିଲାଙ୍କ ଯତ୍ନ ନେଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ତେବେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସୁକୁଲର ନାମ ଥାଇମଧ୍ୟ ଚାଉଳ ପାଉନଥିଲା । ମାତ୍ର ଏହି ଖବର ସୋସିଆଲ ମିଡ଼ିଆରେ ପ୍ରସାରିତ ହେବାପରେ ଗତକାଲି ଚାଉଳ ଗଣ୍ଡେ ମିଳିଛି ସୁକୁଲକୁ । କିନ୍ତୁ କେତେଦିନ ଯାଏଁ ସୁକୁଲ ଆଉ ତା ଛୁଆ ବାରଓଳି ସୁଣ୍ଡିପିଣ୍ଢା ହେବେ ? କେବେ ମିଳୀବ ସେମାନଙ୍କୁ ପ୍ରଶାସନିକ ସାହାର୍ଯ୍ୟ ଓ ସୁବିଧା ?

Leave a Reply

Your email address will not be published. Required fields are marked *