Pratidin TV

Odisha's Digital News Platform

ଯାତ୍ରାରେ ଅଶ୍ଳୀଳ ନୃତ୍ୟ କରି କ୍ଷମା ମାଗିଲେ ‘ସାହୁ ଭେରାଇଟି ଷ୍ଟୋର ଭାଉଜ’ ଓରଫ ଆଞ୍ଜେଲ ଶ୍ରୀ ..

1 min read

ଯାତ୍ରା ଷ୍ଟେଜରେ ଏମିତି ରୂପରେ ନଜର ଆସିଲେ ସାହୁ ଭେରାଇଟି ଷ୍ଟୋରର ଭାଉଜ, ତାଜୁବ ହେଲେ ଫ୍ୟାନ୍ସ। ବାସ୍ତବରେ କମେଡି ସୋ ସାହୁ ଭେରାଇଟି ଷ୍ଟୋରରୁ ପପୁଲାର ହୋଇଥିବା ସାହୁ ଭାଉଜ ଏବେ ବେଶ୍ ଚର୍ଚ୍ଚାରେ । ଅଶ୍ଳୀଳତା ର ସବୁ ସୀମା ପାର କରିଥିବା ସାହୁ ଭେରାଇଟି ଷ୍ଟୋରର ଭାଉଜ ଅଥବା ଆଞ୍ଜେଲ ଶ୍ରୀ ଏବେ ସୋସିଆଲ ମିଡିଆରେ କ୍ଷମା ମାଗିଲେ । କିଛିଦିନ ତଳେ ସାହୁ ବାବୁଙ୍କ ଅନ୍ୟ କୌଣସି କମେଡି ଭିଡିଓରେ ସେ ନଜର ଆସୁନଥିଲେ।

ଏନେଇ ଅନେକ ମିଡିଆ ବି ତାଙ୍କର ପ୍ରତିକ୍ରିୟା ନେଇଥିଲେ। ତେବେ ୟୁଟ୍ୟୁବ କମେଡି ଭିଡିଓ ଛାଡ଼ି ଏବେ ଯାତ୍ରା ଷ୍ଟେଜରେ ନିଜରେ ଯାଦୁ ଦେଖାଇଛନ୍ତି ସତ ହେଲେ ଏହାକୁ ନେଇ ତାଙ୍କୁ ବହୁତ ବାଦବିବାଦ ର ସାମ୍ନା କରିବାକୁ ପଡିଛି। କିଛିଦିନ ତଳେ ଏକ ଯାତ୍ରା ମଞ୍ଚରେ ଅଶ୍ଳିଳତାର ସୀମା ପାର କରିଥିଲେ ଆଞ୍ଜେଲ ଶ୍ରୀ।ଆଉ ଏବେ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ସାହୁ ଭେରାଇଟି ଷ୍ଟୋରର ଭାଉଜ ଅଥବା ଆଞ୍ଜେଲ ଶ୍ରୀ ।

Advertisement

Leave a Reply

Your email address will not be published. Required fields are marked *