Pratidin TV

Odisha's Digital News Platform

ଅଭିନେତାଙ୍କ ଆକାଉଣ୍ଟ ହେଲା ଡିଲିଟ, ବାପାଙ୍କୁ ନେଇ ଝିଅ ଦେଲେ ଏଭଳି ପ୍ରତିକ୍ରିୟା…

1 min read

ମୁମ୍ୱାଇ: ବଲିଉଡର ଭେଟେରାନ ତଥା ଏଭରଗ୍ରୀନ ଅଭିନେତା ହେଉଛନ୍ତି ଅନୀଲ କପୁର । ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଫିଲ୍ମକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ତେବେ ଏଥର କିନ୍ତୁ ତାଙ୍କର କୌଣସି ଫିଲ୍ମ କୁ ନେଇ ନୁହେଁ ଏଥର ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଆଜିକାଲି ସବୁ ଅଭିନେତ୍ରୀ ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି । କାରଣ ତାଙ୍କୁ ତାଙ୍କ ଫ୍ୟାନ୍ସକୁ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି । ସେହିଭଳି ଏହି ଅଭିନେତାଙ୍କର ସୋସିଆଲ୍ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୫.୮ ନିୟୁତ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ଏହି ସମୟରେ ଅଭିନେତା ତାଙ୍କର ସମସ୍ତ ଇନଷ୍ଟା ପୋଷ୍ଟ ଡିଲିଟ୍ କରିଛନ୍ତି । ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୀଲ କପୁର ହଠାତ୍ ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ଏପରିକି ସେ ତାଙ୍କର ପ୍ରୋଫାଇଲ୍ ଫଟୋ ମଧ୍ୟ ହଟାଇ ଦେଇଛନ୍ତି ।

ଏହା ବ୍ୟତୀତ ତାଙ୍କ ବାୟୋକୁ ମଧ୍ୟ ତାଙ୍କ ପ୍ରୋଫାଇଲରୁ ହଟାଇ ଦେଇଥିଲେ । ଏଭଳି ପରିସ୍ଥିତିରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ କେବଳ ଫ୍ୟାନ୍ସ ନୁହଁନ୍ତି ତାଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ପିତା ଅନୀଲ କପୁରଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର ଏକ ସ୍କ୍ରିନସଟନେଇ ସେୟାର କରିଛନ୍ତି ।

Advertisement

ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ ପ୍ରଶଂସକଙ୍କ ଠାରୁ ଅନେକ ପ୍ରତିକ୍ରିୟା ଆସୁଛି । କିଛି ଲୋକ କହୁଛନ୍ତି ଯେ ସେ ହୁଏତ ସୋସିଆଲ ମିଡିଆରୁ ବିରତି ନେଇଥିବେ । ଆଉ କିଛି କହିଛନ୍ତି କି ଅନୀଲ ତାଙ୍କର ଆଗାମୀ ଫିଲ୍ମ ମିଷ୍ଟର ଇଣ୍‌ନଇଆ ୨ ପାଇଁ ଏଭଳି କରି ପାରନ୍ତି । ତେବେ ଏହା ପଛରେ କଣ କାରଣ ତାହା କେହି ଜାଣନ୍ତି ନାହିଁ । ପୁଣି କିଛି ଲୋକ ଦାବି କରୁଛନ୍ତି ଯେ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଆକାଉଣ୍ଟ ଡିଲିଟ ହେବାର କିଛି କ୍ଷଣ ଭିତରେ, ‘#WhenIsAnilKapoor’ ମଧ୍ୟ ଏକ୍ସ ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *