ଅଧାରୁ ବନ୍ଧ ହେବ ଓଡିଆ ୱେବସିରିଜ ‘ବାରଙ୍ଗ ୧୯୯୯’
1 min readଭୁବନେଶ୍ୱର : ଓଡିଆ କଞ୍ଚାଲଙ୍କା ନାମକ ଏକ ଓଟିଟି ପ୍ଳାଟ୍ଫର୍ମରେ ଓଡିଆର ପ୍ରାୟ ସବୁ ୱେବସିରିଜ୍ ରିଲିଜ୍ ହୋଇଥାଏ । ତେବେ ଏହି ଓଟିଟି ପ୍ଲାଟଫର୍ମ ସହ ଏକ ୱେବସିରିଜ୍ର ନିର୍ମାଣ କର୍ତ୍ତାଙ୍କ ନାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ପିଡିତା ଅଞ୍ଜନା ମିଶ୍ର । ୧୯୯୯ ମସିହାରେ ଅଞ୍ଜନାଙ୍କ ସହ ଘଟିଥିବା ତାଙ୍କ ଜୀବନର ସବୁଠୁ ବଡ ହୃଦୟବିଦାରକ ସତ୍ୟ ଘଟଣା । ଯାହା ସେବେଠାରୁ ବଦଳାଇ ଦେଇଚି ତାଙ୍କ ଜୀବନର ମୋଡ । ଏକ ନାରୀରର ବଡ ଅଳଙ୍କାର ତା ଲଜ୍ୟା ଓ ତା ଇଜ୍ଜତ । ଯଦି ଏହି ୨ଟି ଯାଙ୍କ କିଏ ତାଠାରୁ ଛଡାଇ ନିଏ କଣ ସେ ବଞ୍ଚି ପାରିବ ଆମର ଏହି ଅମାନୁଷିକ ସମାଜରେ । ମୁଣ୍ଡଟେକି ଚାଲିପାରିବ ରାସ୍ତାରେ , ହଁ ୨୦୨୩ ମସିହାରେ ପହଞ୍ଚିସାରି ମଧ୍ୟ ଲୋକ ସବୁ କଥାରେ ସବୁ କାର୍ଯ୍ୟରେ ପ୍ରଥମେ ଜଣେ ନାରୀଙ୍କୁ ହିଁ ଦୋଷ ଦେଇଥାନ୍ତି । ଏକ ସଂଘର୍ଷର ସତ କାହାଣୀର ମୁଖ୍ୟ ଭୂମିକା ଥିଲେ ଅଞ୍ଜନା । ନିଜର ନ୍ୟାୟ ପାଇଁ ଲଢିଯାଇଥିଲେ ଅନେକଙ୍କ ସହ ।
ତେବେ ଏହି ଅଞ୍ଜନାଙ୍କ ଏହି ସତ୍ୟ ସଂଘର୍ଷର କାହାଣୀକୁ ନେଇ ଏକ ୱେବସିରିଜ୍ ନିର୍ମାଣକାରୀ ସଂସ୍ଥା ବାରଙ୍ଗ ୧୯୯୯ ନାମରେ ଏକ ୱେବସିରିଜ୍ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ନିର୍ମାଣ କରୁଥିବା ୱେବସିରିଜ୍ ତୁରନ୍ତ ବନ୍ଦ ନକଲେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ୱେବସିରିଜ୍
ନିର୍ମାଣକାରୀ ସଂସ୍ଥା ନିର୍ମାଣ ପୂର୍ବରୁ ଅଞ୍ଜନାଙ୍କ ଠାରୁ କୌଣସି ପ୍ରକାରର ଅନୁମତି ଆଣିନଥିଲେ , କିମ୍ବା ତାଙ୍କୁ କିଛି ପଚାରିନଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନର ସତ ଘଟଣାକୁ ଏକ ୱେବସିରିଜ୍ରେ ପରିଣତ କରିବା ପୂର୍ବରୁ ତାଙ୍କଠାରୁ କୌଣସି ପ୍ରକାରର ଅନୁମତି ନନେଇଥିବାରୁ ଅଞ୍ଜନା ରାଗିଯାଇ ଏହାର ସୁଟିଂକୁ ଆଗକୁ ବଢାଇବାକୁ ବାରଣ କରିଛନ୍ତି । ଏହାସହ ନିର୍ମାତା ଅକ୍ଷୟ ପରିଜା ଯଦି ଏହାକୁ ତୁରନ୍ତ ବନ୍ଦ ନକଲେ ତେବେ ଅଞ୍ଜନା ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତିା
ଏହାର ପ୍ରତିକ୍ରିୟାରେ ୱେବସିରିଜ ନିର୍ମାତା ଶ୍ରୀ ପରିଜା କହିଛନ୍ତି, ‘ବାରଙ୍ଗ ୧୯୯୯’ ଏଭଳି ଏକ ବିଷୟ ଉପରେ ଆଧାରିତ, ଯେଉଁଠାରେ ଦର୍ଶକ ନିଜକୁ ଖୋଜି ପାଇବେ। ଏହି ବିଷୟ କାହାରି ବ୍ୟକ୍ତିଗତ ଘଟଣାକୁ ନେଇ କରାଯାଇନି। ଯେଉଁଥିରେ କି ନ୍ୟାୟ ବ୍ୟବସ୍ଥା ଓ ପୁଲିସ ବ୍ୟବସ୍ଥାର ଶକ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିପରି ଏହା ଜରିଆରେ ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହୁଏ, ତାହାକୁ ନେଇ ଏହି କାହାଣୀ କରାଯାଇଛି।