Pratidin TV

Odisha's Digital News Platform

ସବୁ ସମ୍ପତ୍ତି ବିକ୍ରି କରି ଆମେରିକା ପଳାଇବେ ଅଞ୍ଜୁ ଓ ନସରୁଲ୍ଲା !

ଦିନେ ଚର୍ଚ୍ଚାରେ ଥିଲା ଅଞ୍ଜୁ ଓ ନସରୁଲ୍ଲା ପ୍ରେମ କାହାଣୀ।   ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ସ୍ୱାମୀ ପିଲାଙ୍କୁ ଛାଡି  ପାକିସ୍ତାନ ପ୍ରେମିକ ପାଖକୁ ଚାଲିଯାଇଥିଲେ   । ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି।  ଅଞ୍ଜୁ ପାକିସ୍ତାନ ଯାଇ ତାଙ୍କ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କ ସହିତ ବିବାହ କରି ରହିଥିଲେ। କିଛିଦିନ ତଳେ ସେ ପାକିସ୍ତାନରୁ ଦିଲ୍ଲୀ ଫେରି ଚାକିରିରେ ଯୋଗ ଦେଇଥିବା ଜଣାପଡ଼ିଥିଲା। ନିଜର ଦୁଇପିଲାଙ୍କୁ ବି ସ୍କୁଲରେ ଭର୍ତ୍ତି କରିଥିଲେ। ଦୁଇ ପିଲାଙ୍କ କଥା ବୁଝିବା ପାଇଁ ଅଞ୍ଜୁ ତାଙ୍କ ବାପା ଓ ମା’ଙ୍କୁ ପାଖରେ ଆଣି ରଖିଛନ୍ତି। ସମ୍ପ୍ରତି ଖବର ମିଳିଛି କି ନସରୁଲ୍ଲା ଅଞ୍ଜୁଙ୍କ ସହିତ ମିଶି ପାକିସ୍ତାନରେ ଥିବା ତାଙ୍କର ସମସ୍ତ ସମ୍ପତି ବିକ୍ରି କରି ଆମେରିକା ଚାଲି ଯିବେ। ଫେସବୁକ୍‌ରୁ ନସରୁଲ୍ଲା ନାମକ ପାକିସ୍ତାନ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ଗତ ଜୁଲାଇରେ ପାକିସ୍ତାନ ପଳାଇଥିଲେ।

ସେଠାରେ ଗତ ଜୁଲାଇ ୨୫ ତାରିଖରେ ସେ ନିଜ ତଥାକଥିତ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ଏଥିପାଇଁ ନିଜ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ପଛାଇ ନ ଥିଲେ। ଫଳରେ ଭାରତର ଅଞ୍ଜୁ ପାକିସ୍ତାନରେ  ଫତିମା ନାଁରେ ପରିଚିତ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା।୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ୧୮ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ସେମାନଙ୍କର ଏକ ୧୬ ବର୍ଷୀୟା ଝିଅ ଓ ୬ ବର୍ଷର ପୁଅ ଅଛନ୍ତି। ମାତ୍ର ୨୦୧୯ ମସିହାରେ ଅଞ୍ଜୁ ଓ ନସରୁଲ୍ଲାଙ୍କ ମଧ୍ୟରେ ଫେସବୁକ୍‌ରେ ବନ୍ଧୁତା ଆରମ୍ଭ ହେବା ପରେ ଅଞ୍ଜୁ ଓ ଅରବିନ୍ଦଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଅଞ୍ଜୁ ନିଜ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *