Pratidin TV

Odisha's Digital News Platform

ଶେଷରେ ନିଜ ପିଲାଙ୍କ ପାଇଁ ଭାରତ ଫେରିବେ ଅଞ୍ଜୁ, ଛାଡିବାକୁ ଆସିବେ ପାକିସ୍ତାନୀ ପ୍ରେମିକ…

ଭାରତ ଫେରିବେ ଅଞ୍ଜୁ । ପାକିସ୍ତାନୀ ନାସରୁଲ୍ଲାଙ୍କୁ ବିବାହ କରିଥିବା ଭାରତର ଅଞ୍ଜୁ ଆସନ୍ତା ଦୁଇ ଦିନରେ ଫେରିବାକୁ ଯାଉଛନ୍ତି । ତେବେ ନିଜ ପ୍ରେମ ପାଇଁ ସ୍ୱାମୀ ଓ ପିଲା ଛୁଆଙ୍କୁ ପର କରିଯାଇ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କର ସେଠାରେ ୫ମାସ ହୋଇଗଲାଣି । ଆଉ ବର୍ତ୍ତମାନ ସେ ଭାରତ ଫେରିବା ନେଇ ପ୍ରେମିକ ନାସରୁଲ୍ଲା ନିଜେ ଏହା ନିଶ୍ଚିତ କରିଛନ୍ତି । ନାସରୁଲ୍ଲା କହିଛନ୍ତି ଯେ ସେ ନିଜେ ଅଞ୍ଜୁଙ୍କୁ ୱାଘା ସୀମା ପର୍ଯ୍ୟନ୍ତ ଛାଡ଼ିବାକୁ ଆସିବେ । ସେଠାରେ ଅଞ୍ଜୁ ନିଜ ପିଲାଙ୍କ ସହ ଭେଟ ହେବେ । ପୁଲିସ୍‌ର ସବୁ ପ୍ରଶ୍ନର ଉତ୍ତର ଦେବେ । ପିଲାମାନେ ଯଦି ତାଙ୍କ ସହ ପାକିସ୍ତାନ ଆସିବାକୁ ଚାହାନ୍ତି ତ ତାଙ୍କୁ ବି ଆପଣେଇବାକୁ ନସରୁଲ୍ଳା ପ୍ରସ୍ତୁତ । ଯଦି ସେମାନେ ଚାହାନ୍ତି ତ ନିଜ ଇଚ୍ଛାରେ ଭାରତରେ ରହିପାରନ୍ତି । ଅଞ୍ଜୁ କେବଳ ନିଜ ପିଲାଙ୍କ ପାଇଁ ଭାରତ ଯାଉଛନ୍ତି । ତାଙ୍କୁ ନିଜ ପିଲାମାନଙ୍କ କଥା ବହୁତ ମନେପଡୁଛି ବୋଲି ନସରୁଲ୍ଲା କହିଛନ୍ତି ।

ତେବେ ନାସରୁଲ୍ଲା ପ୍ରକାଶ କରିଛନ୍ତି ଯେ ସେମାନେ ଫେସବୁକରେ ବନ୍ଧୁ ହୋଇଥିଲେ । ଆମ୍ୱେ କମ୍ପାନୀର ଉତ୍ପାଦ ବିଷୟରେ ଉଭୟଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା । ଏବଂ ଧୀରେ ଧୀରେ ଦୁହେଁ ପ୍ରେମରେ ପଡିଗଲେ । ଆଉ ପରେ ଅଞ୍ଜୁ ପରିବାର ଛାଡି ପାକିସ୍ତାନ ଚାଲିଯାଇଥିଲେ । ଏକ ସାକ୍ଷାତକାରରେ ନାସରୁଲ୍ଲା କହିଛନ୍ତି ଯେ ଅଞ୍ଜୁଙ୍କୁ ସୀମା ହାଇଦର ସହ ତୁଳନା କରାଯିବା ଉଚିତ ନୁହେଁ । କାରଣ ସୀମା ହାଇଦର ବେଆଇନ ଭାବେ ପାକିସ୍ତାନ ଯାଇଛନ୍ତି ଏବଂ ଅଞ୍ଜୁ ଭିସା ନେଇ ପାକିସ୍ତାନ ଆସିଛନ୍ତି । ସେପଟେ ନାସରୁଲ୍ଲା ଦାବି କରିଛନ୍ତି ଯେ ଅଞ୍ଜୁ ପିଲାମାନଙ୍କ ପାଇଁ ପାକିସ୍ତାନରୁ ଭାରତ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *