Pratidin TV

Odisha's Digital News Platform

ସ୍ୱାମୀଙ୍କୁ ଛାଡପତ୍ର ମାଗିଲେ ଅଙ୍କିତା, କହିଲେ ମୁଁ ତୁମ ସହ ଘରକୁ ଫେରିବାକୁ ଚାହୁଁ ନାହିଁ…

1 min read

ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ପବିତ୍ର ରିସ୍ତା ସିରିଏଲ ପାଇଁ ସେ ଘରେ ଘରେ ପରିଚିତ । କେବଳ ସିରିଏଲ ନୁହେଁ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି । ତେବେ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୨୦୨୧ରେ ବିଜନେସ ମ୍ୟାନ ବିକି ଜୈନଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଦୁହେଁ ସଲମନଙ୍କ ଶୋ ବିଗ୍ ବସ ୧୭ରେ ଏଣ୍ଟ୍ରି ମାରିଛନ୍ତି । ତେବେ ଅନେକ ସମୟରେ ଏହି ଯୋଡିଙ୍କ ମଧ୍ୟରେ ଝଗଡା ଲାଗିଥିବା ଦେଖିବାକୁ ମିଳୁଛି । ଅଙ୍କିତା ଭାବିଥିଲେ ବିଗ ବସ କୁ ଯାଇ ତାଙ୍କର ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । କିନ୍ତୁ ବର୍ତ୍ତମାନ ଏହାର ବିପରୀତ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ବୁଧବାର ଦିନ ଉଭୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରସ୍ପର ସହ ଝଗଡା ଲାଗିବା ବେଳେ କିଛି ଏଭଳି କହି ଦେଇଥିଲେ ଅଙ୍କିତା । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଼ ବାସ୍ତବରେ ଆୟେଶା ଖାନ ନାମକ ଜଣେ ଯୁବତୀ ଭିକିଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନ ବିଷୟରେ ପଚାରିବା ପରେ ସ୍ୱାମୀ ବିକିଙ୍କର ଏପରି କିଛି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଙ୍କିତା । ଏବଂ ଦୁଃଖ ପ୍ରକାଶ କରିଥିଲେ । ତେବେ ଆୟେଶାଙ୍କ ସହ କଥାବର୍ତ୍ତା ବେଳେ ବିକି କହିଥିଲେ ଯେ ମୁଁ କିପରି ଅନୁଭବ କରେ ତାହା କଦାପି କହି ପାରିବି ନାହିଁ । ବାସ୍ତବରେ ବିବାହିତ ଲୋକଙ୍କୁ, ବିଶେଷ କରି ପୁରୁଷ ମାନଙ୍କୁ । ଯେଉଁଥିରେ ଶେଷରେ ଥଟ୍ଟା କରିଥିଲେ । କିନ୍ତୁ ଏହା ଅଙ୍କିତାଙ୍କୁ ନିରାଶ ଏବଂ ବିବ୍ରତ କରିଥିଲା । ପରେ ଅଙ୍କିତା ଏହାର କାରଣ ବିକିଙ୍କୁ ପଚାରିଥିଲେ । ସେ ପ୍ରକୃତରେ କ’ଣ ଦେଇ ଗତି କରନ୍ତି ଏବଂ କ’ଣ କଷ୍ଟ ଭୋଗୁଛନ୍ତି ତାହା ପ୍ରକୃତରେ କହିପାରିବେ ନାହିଁ ବୋଲି ବିକି ପୁଣି ଥରେ ଦୋହରାଇ ଥିଲେ । ଯାହାକି ଅଙ୍କିତାଙ୍କୁ ଆହୁରି ବିବ୍ରତ କଲା । ତା’ପରେ ସେ ବିକିଙ୍କୁ ଛାଡପତ୍ର ମାଗିଥିଲେ । ଅଙ୍କିତା କହିଥିଲେ ଯେ ଯଦି ତୁମେ ଏତେ ଯନ୍ତ୍ରଣା ଭୋଗୁଛ, ତେବେ ତୁମେ ମୋ ସହିତ କାହିଁକି ଅଛ? ଚାଲ ଛାଡପତ୍ର ନେବା, ମୁଁ ତୁମ ସହ ଘରକୁ ଫେରିବାକୁ ଚାହୁଁ ନାହିଁ ବୋଲି କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *