Pratidin TV

Odisha's Digital News Platform

ଆସିଲା ପ୍ରାର୍ଥୀ ତାଲିକା ,ଜାଣନ୍ତୁ କେଉଁଠୁ କିଏ ପାଇଲା ବିଜେଡି ଟିକେଟ ?

1 min read


ନିର୍ବାଚନ ମଇଦାନ କୁ ଓହ୍ଲାଇବା ପାଇଁ ପୁରାପୁରି ପ୍ରସ୍ତୁତ ବିଜେଡି । ସେଥିପାଇଁ ଯୋଦ୍ଧା ପ୍ରସ୍ତୁତ କରିସାରିଲାଣି ବିଜେଡି । ଆଉ ସେମାନଙ୍କୁ ନାମ ଘୋଷଣା କରିସାରିଲାଣି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ଏଥର ବିଧାନସଭା ନିର୍ବାଚନ ପାଇଁ ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ, ଏକାମ୍ର- ଅଶୋକ ପଣ୍ଡା, ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ, ଆସିକା- ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ, ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ -ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ, ବଣାଇ- ଭୀମସେନ ଚୌଧୁରୀ, ବାରିପଦା- ସାନନ୍ଦ ମାରାଣ୍ଡି, ତଳସରା- ବିଜୟ ଟପ୍ପୋ, ସୁନ୍ଦରଗଡ଼- ଯୋଗେଶ ସିଂହ,ରାଜଗାଙ୍ଗପୁର-ଅନୀଲ ବରୱା, ଉଦଳା- ଶ୍ରୀନାଥ ସୋରେନ୍ , ମୋରଡ଼ା-ପ୍ରୀତିଲତା କାନୁନଗୋ, ବ୍ରଜରାଜନଗର-ଅଳକା ମହାନ୍ତି, ଝାରସୁଗୁଡ଼ା-ଦୀପାଳି ଦାସ, ରାଜଗାଙ୍ଗପୁର-ଅନୀଲ ବାର୍ଲା, ବଡ଼ସାହି- ଅନସୂୟା ପାତ୍ର, ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌, ଉଦଳା- ଶ୍ରନାଥ ସୋରେନ୍‌, ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ, ସୋର- ମାଧବ ଧଡା ।

ସେହିପରି ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ରେ ରହିଛି । ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ଏବଂ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଲୋକ ସଭା ନିର୍ବାଚନ ଲଢ଼ିବା ନେଇ ନାମ ଘେଷଣା ହୋଇଛି।

Leave a Reply

Your email address will not be published. Required fields are marked *