Pratidin TV

Odisha's Digital News Platform

ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା, ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା..

1 min read

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ପୁରସ୍କାର । 4ଟି ବର୍ଗରେ ଏକ ନମ୍ବରରେ ରହିଛି ଓଡ଼ିଶା । ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଥିବାରୁ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ସେହିପରି ଶ୍ରେଷ୍ଠ ଜିଲ୍ଲା ଭାବେ ବଲାଙ୍ଗୀର, ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ପୁରୀ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ମୟୂରଭଞ୍ଜର ଖଇରବାଣି ଆଶ୍ରମ ସ୍କୁଲକୁ ମୋନୋନିତ କରାଯାଇଛି ।

ଗତକାଲି (ସୋମବାର) କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର ପାଟିଲ ନୂଆଦିଲ୍ଲୀର ଶ୍ରମଶକ୍ତି ଭବନଠାରେ ଜାତୀୟ ଜଳ ଶକ୍ତି ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଥିଲେ । ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଥମ, ଉତ୍ତର ପ୍ରଦେଶ ଦ୍ୱିତୀୟ ସ୍ଥାନରେ, ଗୁଜରାଟ ଏବଂ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତ୍ୟେକ ବିଜେତା ରାଜ୍ୟକୁ ପୁରସ୍କାର ରାଶି ପ୍ରଦାନ କରାଯିବ ।

Advertisement

 ଜଳଶକ୍ତି ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ  ରାଜଭୂଷଣ ଚୌଧୁରୀ ଏବଂ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର),   ଦେବଶ୍ରୀ ମୁଖାର୍ଜୀ ପାନୀୟ ଜଳ ଏବଂ ପରିମଳ ବିଭାଗ ସଚିବ ବିନ୍ନି ମହାଜନ, ପାନୀୟ ଜଳ ଏବଂ ପରିମଳ ବିଭାଗର ଓଏସଡି  ଅଶୋକ କେ.କେ.ମୀନା କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଜାତୀୟ ଜଳ ପୁରସ୍କାର ଘୋଷଣା କରିଛନ୍ତି । ଶ୍ରେଷ୍ଠ ଶିଳ୍ପ, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ, ଶ୍ରେଷ୍ଠ ଅନୁଷ୍ଠାନ (ବିଦ୍ୟାଳୟ କିମ୍ବା କଲେଜ ବ୍ୟତୀତ), ଏବଂ ଶ୍ରେଷ୍ଠ ନାଗରିକ ସମାଜ ବିଜେତାଙ୍କ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି।

2023 ଜାତୀୟ ଜଳ ପୁରସ୍କାର ପାଇଁ 38 ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଜାତୀୟ ଜଳ ପୁରସ୍କାର ସରକାରଙ୍କ ଜଳ ସମୃଦ୍ଧି ସ୍ୱପ୍ନକୁ ସାକାର କରିବା ପାଇଁ ସମଗ୍ର ଦେଶର ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ଚେଷ୍ଟା ଜାରି ରଖିଛନ୍ତି। ଜଳ ଶକ୍ତି ବିଭାଗରେ ଥିବା ନଦୀ ଉନ୍ନୟନ, ଜଳ ସମ୍ପଦ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଜଳ ସଂରକ୍ଷଣକୁ ନେଇ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଗ୍ରାମପଞ୍ଚାୟତ,ଟପ ଅର୍ବାନ ଲୋକାଲ ବଡି, ଟପ ୟୁନିଭରସିଟି, କଲେଜ ଭଳି ପ୍ରାୟ 9 ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରାଜ୍ୟରେ ଜଳସମ୍ପଦର ନିରନ୍ତର ବିକାଶ ଓ ପରିଚାଳନା କ୍ଷେତ୍ରରେ ଜଳସମ୍ପଦ ବିଭାଗ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଜଳ ସଂରକ୍ଷଣ ଓ ବର୍ଷା ଜଳ ଅମଳ ପାଇଁ 53 ହଜାର ପ୍ରକଳ୍ପ କରାଯାଇଛି । ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ପୁରସ୍କାର ବିତରଣ ସମାରୋହ ଅକ୍ଟୋବର ୨୨ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ସ୍ଥିତ ପ୍ଲେନାରୀ ହଲରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ।  ୨୦୧୮ ରେ ପ୍ରଥମ ଜାତୀୟ ଜଳ ପୁରସ୍କାର ଆରମ୍ଭ କରାଯାଇଥିଲା । କୋଭିଡ ମହାମାରୀ କାରଣରୁ ୨୦୨୧ ମସିହାରେ ଏହି ପୁରସ୍କାର ଦିଆଯାଇନଥିଲା । ୨୦୨୩ ମସିହା ପାଇଁ ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ)ର ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ୧୩ ଅକ୍ଟୋବର ୨୦୨୩ରେ ୫ମ ଜାତୀୟ ଜଳ ପୁରସ୍କାର ଶୁଭାରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *