Pratidin TV

Odisha's Digital News Platform

ଓଡିଶାକୁ ଗ୍ରାସିଛି ଲୌହ ଦାନବ ; ପୁଣି ଟ୍ରେନ ତଳେ କଟି ଆଖିବୁଜିଲେ ୪ ଜଣ , ଆଉ ୪ ଗୁରୁତର …

1 min read

ଯାଜପୁର : ଓଡିଶାକୁ ଗ୍ରାସ କରିଛି ଲୌହ ଦାନବ , ବୁହାଉଛି ରକ୍ତର ନଦୀ । ବାହନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଲୋକଙ୍କ ମନରୁ ନଲିଭିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଲୋମହର୍ଷଣକାରୀ ଘଟଣା । ମାଲଗାଡି ତଳେ କଟି , ଯାଇଛି ୪ ଜଣ ଶ୍ରମିକଙ୍କ ଜୀବନ ।

ସୁଚନାଯୋଗ୍ୟ ଯେ ବୁଧବାର ଅପରାହ୍ଣରେ ଯାଜପୁର ରୋଡ୍ ରେଳ ଷ୍ଟେସନ୍ ଘଟିଛି ଏପରି ହୃଦୟ ବିଦାରକ ଘଟଣା । ଝଡବର୍ଷା ଆଶିବାରୁ ମାଲିଗାଡି ତଳେ ଆଶ୍ରୟ ନେଇଥିଲେ ୮ ଜଣ ଶ୍ରମିକ । ହେଲେ ହଠାତ୍ ଟ୍ରେନଟି ଚାଲିବାରୁ , ଟ୍ରେନ ତଳେ କଟି ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ ।

Advertisement

Leave a Reply

Your email address will not be published. Required fields are marked *