Pratidin TV

Odisha's Digital News Platform

ଗୋଡ଼ଭଙ୍ଗା ଘାଟିରେ ଆଜି ପୁଣି ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଡ୍ରାଇଭର ….

1 min read

ମୟୁରଭଞ୍ଜ : କେତେବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହେଉଛନ୍ତି ଯାନ ବାହାନ ଆଉ କେତେବେଳେ ମୁହାଁ ମୁହିଁ ଧକା। କିଛି ଦିନ ବ୍ୟବଧାନ ପରେ ପୁଣି ଆଜି ଘଟିଛି ଦୁର୍ଘଟଣା। ଦୁର୍ଘଟଣାର ପିଛା ଛାଡୁ ନାହିଁ ଦୁର୍ଘଟଣା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ର ଶେଷ ସିମାରେ ଥିବା ମହୁଲଡିହା ଥାନା ଅନ୍ତର୍ଗତ ସତକାଶିଆ ଘାଟି ରେ ଘଟିଛି ଏଭଳି ଅଘଟଣ । ପାର୍ସଲ ନେଇ ଯାଉଥିବା ଗାଡିନମ୍ବର OD 02CP0933 କୁ ସାଇଡ ଦେବାକୁ ଯାଇ ଟ୍ରକ ଟି ନିଜ ଭାରସାମ୍ୟ ହରାଇ ଘାଟିରେ ଖସିପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଇରଙ୍ଗପୁରରୁ ଚାଉଳ ନେଇ ବିଶାଖାପାଟଣା ଯାଉଥିଲା । ଚାଉଳ ବୋଝେଇ ଟ୍ରକ ନମ୍ବର AP -39 TD 3245 ଟ୍ରକ ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଲା, ଅଳ୍ପକେ ବର୍ତିଲେ ଡ୍ରାଇଭର, ଟ୍ରକଟିର ହେଲପର ଆହତ ହୋଇ ଆନନ୍ଦ ପୁର ଉପଖଣ୍ଡ ଚିକିତ୍ସାଳୟ ରେ ଚିକିସିତ ହେଉଛନ୍ତି ।

ପ୍ରତ୍ୟକ ଦିନ ଏହି ସତକାଶିଆ ର ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା ଘଟୁଛି, ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ୍ୟ ପ୍ରଶାସନ ଚେତୁ ନଥିବାରୁ ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରଶାସନ କୁ ଗ୍ରାମବାସୀ ଦାବିକରିଛନ୍ତି ତୁରନ୍ତ ଏହି ଘାଟିର ରାସ୍ତା ଓସାରିଆ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *