Pratidin TV

Odisha's Digital News Platform

ବିହାରରେ ଭୁଶୁଡିଲା ଆଉ ଏକ ବ୍ରିଜ, ଗୋଟିଏ ସପ୍ତାହ ମଧ୍ୟରେ ୪ର୍ଥ ଘଟଣା

1 min read

ବିହାରରେ ଆଉ ଏକ ବ୍ରିଜ ଭୁଶୁଡିଲା | ଏହାକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ୪ଟି ବ୍ରିଜ ଭୁଶୁଡି ସାରିଛି | କିଶନଗଞ୍ଜ ଜିଲ୍ଲାରେ କନକାଇର ଉପ ନଦୀ ଉପରେ ଥିବା ୭୦ ମିଟୀ ଲମ୍ବ ବ୍ରିଜର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି।

ସୂଚନା ଅନୁଯାୟୀ, କିଶନଗଞ୍ଜ ଜିଲ୍ଲାରେ କନକାଇର ଉପ ନଦୀ ଉପରେ ଥିବା ୭୦ ମିଟୀ ଲମ୍ବ ବ୍ରିଜଟି ବାହଦୂରଗଞ୍ଜ ଓ ଦିଘଲବ୍ୟାଙ୍କ ବ୍ଲକକୁ ଏହା ସଂଯୋଗ କରୁଥିଲା। କିନ୍ତୁ ଆଜି ଏହି ବ୍ରିଜର ଗୋଟିଏ ପିଲାର ଭାଙ୍ଗି ଯିବାରୁ ବ୍ରିଜଟିର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଟି ଯାକ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ବ୍ରିଜ ଭୁଶୁଡି ଯିବା ଫଳରେ ୨ ସହର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଗମନାଗମନରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି | ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ପାର୍ଶ୍ୱରେ ବ୍ୟାରିକେଡ କରି ଯାତାୟାତ ବନ୍ଦ କରିଛନ୍ତି |

Advertisement

ଅଧିକାରୀମାନେ କହିଛନ୍ତି, କିଶନଗଞ୍ଜ ଜିଲ୍ଲାରେ ଥିବା ବ୍ରିଜର ଏକାଧିକ ପିଲାର୍‌ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଦୁର୍ବଳ ହୋଇ ଯାଇଥିଲା। ତେଣୁ ଏହାର କିଛି ଅଂଶ ଦବି ଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ରିଜର ମଧ୍ୟଭାଗ ଦିବ ଯିବା ସହ ପ୍ରଖର ଜୋଳସ୍ରୋତକୁ ସ୍ପର୍ଶ କରୁଛି। ଲାଗୁଛି ଏହା କିଛି କ୍ଷଣ ମଧ୍ୟରେ ପ୍ରଖର ସ୍ରୋତରେ ଭାସିଯିବ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ବ୍ରିଜଟି ମାତ୍ର ୬ ବର୍ଷ ତଳେ ଫଂହୋଇଥିଲା | ତେବେ ନିମ୍ନମାନର ପିଲାର ଯୋଗୁଁ ଭୁଶୁଡି ପଡିଛି | ସେପଟେ ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ସିଙ୍ଘଲଙ୍କ କହିବାନୁଯାୟୀ, ଉପନଦୀ ମାଡିୟା ଉପରେ ବ୍ରିଜ୍‌ଟି ୨୦୧୧ ମସିହାରେ ହୋଇଥିଲା।

Leave a Reply

Your email address will not be published. Required fields are marked *