ଓଡିଶାର ଦ୍ୱିତୀୟ ବୁଦ୍ଧିଆ ସିଂ ‘ରୁଦ୍ର’ : ବିନା ବିଶ୍ରାମରେ ଦୈାଡୁଛନ୍ତି ୧୭ କିମି
1 min readମାଲକାନାଗିରି : ଓଡ଼ିଶା ଦେଖିବ ଦ୍ୱିତୀୟ ବୁଦ୍ଧିଆ ସିଂ। ଆଜ୍ଞା ହଁ ସେ ହେଉଛନ୍ତି ମାଲକାନାଗିରିର ୬ ବର୍ଷୀୟ ରୁଦ୍ର ସେଠି । ମାତ୍ର ୬ ବର୍ଷ ବୟସରେ କମାଲ କରୁଛନ୍ତି ରୁଦ୍ର । ନିଜ ଅଞ୍ଚଳର ବଡ ବଡ ଆଥେଲେଟିକ୍ ମାନଙ୍କୁ ଦେଉଛନ୍ତି ଟକ୍କର ।
ଏବେ ସେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍ ପରିଚିତ ହୋଇ ସାରିଲେଣି। ଯେଉଁ ବୟସରେ ମାଟିରେ ଖେଳିବା କଥା ସେ ବୟସରେ ସେ ନନ୍ଷ୍ଟପ୍ ଦୌଡ଼ୁଛନ୍ତି । ବିନା ବିଶ୍ରାମରେ ରୁଦ୍ର ଦୌଡ଼ି ପାରୁଛନ୍ତି ୧୭ କି.ମି.। ୧୭ କି.ମି. ଦୌଡ଼ିବା ପରେ ବି ଏହି କୁନି ବାଳକଟି କୌଣସି ଥକ୍କାପଣ ଅନୁଭବ କରି ନ ଥିବା କହିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତେଣୁ ଏପରି ଅଭ୍ୟାସ ଜାରି ରଖିଲେ ଆଗାମୀ ଦିନରେ ରୁଦ୍ର ଜଣେ ବହୁତ ବଡ଼ ଆଥଲେଟ ହୋଇ ବାହାରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ରୁଦ୍ର ଏବେ ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି ।ମାଲକାନଗିରିର ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ସକାଳେ ଆୟୋଜିତ ହୋଇଥିଲା ମାରାଥନ ଦୌଡ଼ । ଏହି ଦୌଡ଼ ପ୍ରତିଯୋଗିତା କର୍କୁଣ୍ଡାରୁ ବୁଟିଗୁଡ଼ା ସ୍କୁଲ ମାଲକାନଗିରି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ରୁଦ୍ର ବି ସାମିଲ ଥିଲା, ଯିଏ କି ଥିଲା ମୁଖ୍ୟ ଆକର୍ଷଣ ।
ପ୍ରଥମ ଶ୍ରେଣୀରେ ପଢୁଥିବା ଏହି କୁନି ରୁଦ୍ର ଅଚାନକ ଏଭଳି ୧୭ କିମି ଦୈାଡୁନାହନ୍ତି । ବରଂ ଏହା ପଛରେ ରହିଛି ତାଙ୍କ ପରିଶ୍ରମ ଓ ଆତ୍ମବିଶ୍ୱାସ । ରୁଦ୍ର କୁହନ୍ତି ଯେ ସେ ଏଭଳି ଦୈାଡିବାପାଇଁ ୩ ବର୍ଷ ବୟସରୁ ପ୍ରାକ୍ଟିସ୍ କରୁଛନ୍ତି । ସକାଳୁ ଉଠିବା ପରେ ରୁଦ୍ର ସର୍ବପ୍ରଥମେ ଦୈାଡିବା ଆରମ୍ଭ କରନ୍ତି । ତା ସହ ପାଠ ପଢା ଖେଳ କୁଦ ସାରି ସନ୍ଧ୍ୟାରେ ମଧ୍ୟ ଦୈାଡିଥାନ୍ତି । ତେବେ ସେ ସର୍ବମୋଟରେ ଗୋଟିଏ ଦିନରେ ୧୦ କିଲୋମିଟର ପର୍ଯ୍ୟନ୍ତ ଦୈାଡିଥାଏ । ରୁଦ୍ରାଙ୍କ ଏଭଳି କାର୍ଯ୍ୟରେ ମାଲକାନାଗିରିରୁ ପ୍ରଶଂସାର ସୁଅ ଛୁଟିଆସୁଥିବା ବେଳେ । ଏନେଇ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି, ଏହି ମାରାଥନର ମୁଖ୍ୟ ଆକର୍ଷଣ ହେଉଛନ୍ତି ରୁଦ୍ର । ମାଲକାନଗିରିରୁ ଆଉ ଜଣେ ବୁଦ୍ଧିଆ ତିଆରି ହେବ ବୋଲି ଆଶା ଅଛି।