ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
1 min readଆସନ୍ତା ୯ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କାଁ ଭାଁ ବର୍ଷା | ୪ ତାରିଖ ସୁଦ୍ଧା ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି | ୫ରେ ଗଞ୍ଜାମ ଓ ପୁରୀ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ | ବର୍ତ୍ତମାନ ଅକ୍ଟୋବର ସାରି ନଭେମ୍ବର ଚାଲିଲାଣି ତଥାପି ଶୀତ ଦେଖାନାହିଁ | ଏଯାଏଁ ଶୀତ ଅନୁଭୂତ ହୋଇନାହିଁ | ତଥାପି କିଛି ରାଜ୍ୟରେ ଥଣ୍ଡା ଲାଗୁଥିବା ବେଳେ ଆଉ କିଛି ରାଜ୍ୟରେ ଏବେ ବି ବର୍ଷା ଜାରି ରହିଛି | କେତେବେଳେ ବି ବଦଳିଯାଉଛି ପାଗ | ଅନ୍ଧାର କରିଆସି ଘଡ଼ଘଡ଼ି ଓ ବିଜୁଳି ସହ କାଚୁଛି ବର୍ଷା |
ତେବେ ଉପକୂଳ ଓଡିଶା ସମେତ ମୟୁରଭଞ୍ଜ, କେଉଁଝର, ରାୟଗଡା, ଓ କନ୍ଧମାଳରେ ନଭେମ୍ବର ୬ ତାରିଖ ଯାଏଁ ହାଲୁକା ବର୍ଷାର ସମ୍ଭାବନା ରହିଛି | ସେହିପରି ୭, ୮ ଓ ୯ ତାରିଖରେ ଗଞ୍ଜାମ , ଗଜପତି, ପୁରୀ ଓ ଖୋର୍ଦ୍ଧାରେ ରେ ସ୍ୱଳ୍ପରୁ ମଧ୍ୟମ ଧରଣର ହେବ ବର୍ଷା ହେବ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି |