Pratidin TV

Odisha's Digital News Platform

ପୁଣି ଗଲା ଦାଦନ ଶ୍ରମିକ ଜୀବନ , କେବେ ଦୂର ହେବ ଦାଦନ ଦୁଃଖ ?

1 min read

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଶିଳ୍ପା ଅଞ୍ଚଳ ଥାଇ ମଧ୍ୟ ନିରୀହ ଗରିବ ଲୋକଙ୍କୁ ରୋଜଗାର ମିଳୁ ନଥିବାରୁ ସୁଦୂର ଆନ୍ଦ୍ର ରାଜ୍ୟର ଗୁଣ୍ଟୁର ଜିଲ୍ଲାର ଏକ ଇଟା ଭାଟିରେ କାମ କରିବାକୁ ଯାଇ ଦାଦନ ଶ୍ରମିକର ମୃତ ହୋଇଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗ୍ରାମର ଲଦି ମାଝୀ(୪୩)ା

ମିଳିଥିବା ସୂଚନା ଅନୁଯାୟୀ ୩ ମାସ ହେଲା ଗ୍ରାମର ୧୪ ଜଣ ପୁରୁଷ ଓ ମହିଳାଙ୍କ ସହ ମିଶି ଆନ୍ଦ୍ର ରାଜ୍ୟର ଗୁଣ୍ଟୁର ଜିଲ୍ଲାର ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ ଲଦି ମାଝୀ । ଗତକାଲି ୩ ଘଟିକା ସମୟରେ ରହୁଥିବା କେମ୍ପରେ ଆସି ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

Advertisement

ଏଭଳି ଘଟଣା କାଶୀପୁର ବ୍ଲକରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ । ଏନେଇ ଉକ୍ତ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ତେବେ କେବେ ଦୁର ହେବ କାଶୀପୁର ବ୍ଲକର ଦାଦନ ମାନଙ୍କ ଦୁଃଖ ଆଉ କେବେ ନିଜ ଅଞ୍ଚଳରେ ସେମାନଙ୍କୁ ନିଯୁକ୍ତି ମିଳିବ ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *