ଭାରତରୁ ଫେରାର ଥିବା ଆତଙ୍କବାଦୀ ଗ୍ୟାଙ୍ଗଷ୍ଟରଙ୍କୁ କାନାଡାରେ ଗୁଳିକରି ହତ୍ୟା…
1 min read
ନୁଆଦିଲ୍ଲୀ: ପୁଣି ନିହତ ହେଲା ଆଉ ଜଣେ ଖାଲିସ୍ତାନୀ ଆତଙ୍କବାଦୀ ସହେଯାଗୀ ସୁଖବିନ୍ଦର ସିଂହ । ସୁଖବିନ୍ଦର ସିଂହଙ୍କୁ କାନାଡା ସ୍ଥିତ ପିନିପେଗ୍ ସିଟିରେ ଗୁଳି କରି ହତ୍ୟା କରାଯାଇଛି । ସୁଖବିନ୍ଦର ଜାଲ ପ୍ରମାଣ ପତ୍ର ଦେଖାଇ ଭାରତରୁ ଖସି ପଳାଇଥିଲା । ୨୦୧୭ରେ ସେ ପଞ୍ଜାବରୁ ଫେରାର ହୋଇ ଯାଇ କାନାଡାରେ ରହିଥଲା । ସେଠାରେ ରହି ଭାରତରେ ଗ୍ୟାଙ୍ଗଷ୍ଟାର ମାନଙ୍କୁ ନିୟୋଜିତ କରୁଥିଲା । ଅଭିଯୁକ୍ତ ସୁଖବିନ୍ଦର ଖାଲିସ୍ତାନୀ ଆତଙ୍କବାଦୀ ଆର୍ଶଦୀପର ସହେଯାଗୀ ଭବେ କାମ କରୁଥିଲା । ସୁଖ ବିନ୍ଦର ସାତଟି ଅପରାଧିକ ମାମଲାରେ ଜଡିତ ଥିବାବେଳେ ଅନେକ ଦିନ ଜେଲରେ ରହିଥିଲା । ପରେ ଜେଲରୁ ମୁକୁଳିବା ପରେ ସେ କାନାଡା ଫେରାର ହୋଇଯାଇଥିଲା ।
ନିହତ ହୋଇଥିବା ସୁଖବିନ୍ଦର ଭାରତର ପଞ୍ଜାବରେ ଥିବା ବେଳେ ଜାଲିଆତି ଡକ୍ୟୁମେଣ୍ଟ ଆଧାରରେ ପାର୍ସପୋର୍ଟ ଏବଂ କ୍ଲିୟରାନ୍ସ ପ୍ରମାଣପତ୍ର ମାଧ୍ୟମରେ ଖସିଯାଇଥିଲା । ଏହି କାର୍ଯ୍ୟରେ ତାକୁ ପଞ୍ଜାବର ଦୁଇ ପୋଲିସ କର୍ମଚାରୀ ସାହାର୍ଯ୍ୟ କରିଥିଲେ । ପରେ ସେହି ପୋଲିସ କର୍ମଚାରୀଙ୍କୁ ମୋଗା ପୋଲିସ ଦ୍ୱାରା ଗିରଫ କରାଯାଇଥିଲା । ତେବେ ଗତ ମାସରେ କାନାଡାର ଖାଲିସ୍ତାନୀ ନେତା ହରଦୀପ ସିଂଙ୍କ ହତ୍ୟା ପରେ ଖାଲିସ୍ତାନୀ ସମର୍ଥକମାନେ କାନାଡା, ଲଣ୍ଡନ ଏବଂ ଆମେରିକା ସମେତ ଅନେକ ସ୍ଥାନରେ ବିରୋଧ କରିଥିଲେ ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ ନିଜାର ହତ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ । ବର୍ତ୍ତମାନ ପୁଣିଥରେ ସୁଖବିନ୍ଦର ସିଂ ଙ୍କୁ କାନାଡ଼ାର ବିନପିଗରେ ଗୁଳି କରି ହତ୍ୟା କରାଯାଇଛି । ଏନ୍ଆଇଏ ଜାରି କରିଥିବା ଆତଙ୍କବାଦୀ ତାଲିକାର ୪୩ ନଂ ରେ ସୁଖବିନ୍ଦରଙ୍କ ନାଁ ରହିଥିଲା । ରିପୋର୍ଟ ଅନୁସାରେ, ସୁଖବିନ୍ଦରଙ୍କ ଉପରକୁ ପ୍ରାୟ ୧୫ ରାଉଣ୍ଡ ଗୁଳି କରାଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି ।