Pratidin TV

Odisha's Digital News Platform

ଆସୁଛି ଆଉ ଏକ ବଡ଼ ଲଘୁଚାପ,୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

1 min read

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେସୃଷ୍ଟି ହେଲା ଆଉ ଏକ ବଡ଼ ଘୁର୍ଣ୍ଣିବଳୟ | ଯାହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ଉପକୂଳରେ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି | ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର,ପୁରୀ,କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲାରେ ଏହି ଲଘୁଚାପ କାରଣରୁ ପ୍ରବଳରୁ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି |

ଅନ୍ୟପଟେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ଆରମ୍ଭ କରିଛି | ଏହି କ୍ରମରେ ଗୁଜୁରାଟ, ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, ଛତିଶଗଡ଼,ର କିଛି ଅଂଶ ଓ ଓଡିଶା, ପଶ୍ଚିମବଙ୍ଗ ଓ ସିକ୍କିମ କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ଫେରିସାରିଛି | ତେବେ ଚଳିତ ସୌଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଛି ମୌସୁମୀ | କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଛି |

Advertisement

Leave a Reply

Your email address will not be published. Required fields are marked *