ପୁଣି ଚିନ୍ତା ବଢ଼ାଇଲା ଆଉ ଏକ ଲଘୁଚାପ, ବଙ୍ଗୋପସାଗରରେ ହୋଇପାରେ ସୃଷ୍ଟି
1 min readଭୀଷଣ ବାତ୍ୟା ଦାନା ଯିବାକୁ ସପ୍ତାହେ ନ ପୂରୁଣୁ ପୁଣି ଚିନ୍ତା ବଢ଼ାଇଲା ଆଉ ଏକ ଲଘୁଚାପ | ନଭେମ୍ବର ମାସ ପ୍ରଥମ ସପ୍ତାହରେ ପୁଣି ଆସୁଛି ଆଉ ଏକ ଲଘୁଚାପ | ଆସନ୍ତା ୬-୭ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାରେ ସମ୍ଭାବନା ରହିଛି | ଯାହା ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେବ | ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ | ଏନେଇ ପାଣିପାଗ ବିଭାଗ IMD ର ପରିବ୍ୟାପ୍ତ ଆଉଟ୍ଲୁକରୁ ଜଣାପଡିଛି |
ତେବେ ଓଡିଶା ଉପରେ ଏହି ଲଘୁଚାପର ପ୍ରଭାବ ରହିବ ନାହିଁ | ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ | ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ, ନଭେମ୍ବର ପ୍ରଥମ ସପ୍ତାହ ଶେଷ ଭାଗରେ ଅର୍ଥାତ ନଭେମ୍ବର ୬ କି ୭ ତାରିଖରେ ଏଭଳି ଏକ ସିଷ୍ଟମ ରୂପ ନେଇପାରେ ଯାହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଉତ୍ତର-ପଶ୍ଚିମ ଭାରତ ଏଥିସହ କେନ୍ଦ୍ରୀୟ ପୂର୍ବ ଭାରତର ତାପମାତ୍ରା କମିଯିବ ବୋଲି ଆକଳନ କରାଯାଇଛି | ତେବେ ଏହି ଲଘୁଚାପ ଆଗକୁ କଣ ରୂପ ନେବ ଏବଂ ସାମୁଦ୍ରିକ ପରିବେଶ ରହିବ ସେନେଇ କିଛି ସ୍ପଷ୍ଟୀକରଣ କରଯାଇନାହିଁ |