Pratidin TV

Odisha's Digital News Platform

ମାଡି ଆସୁଛି ଆଉ ଏକ ଲଘୁଚାପ, ତାଣ୍ଡବ ରଚିବ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ

1 min read

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ | ଅଶାନ୍ତ ସମୁଦ୍ର ପାଇଁ ଏବେ ତୁହା କୁ ତୁହା ରାଜ୍ୟରେ ବର୍ଷା ସହ ଘଡଘଡି- ବିଜୁଳି ମାରୁଛି | ତେବେ ରାଜ୍ୟରେ ଛୋଟ ବାତ୍ୟା ପରି ମାଡି ଆସୁଛି ବର୍ଷା ସହ ପି[ଏବଂ | ଗତକାଲି ଓଡିଶାର ବିଭିନ୍ନ ସ୍ଥାନରେ କଲା ମେଘୁଆ ରହିବା ସହ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା | ଗଞ୍ଜାମର ଆସ୍କା ଠାରୁ କଟକ ଯାଏଁ ଘଡଘଡି ସହ ବର୍ଷ ହୋଇଥିଲା | ତେବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ | ବଙ୍ଗୋପସାଗରର ପବନ ସହ ଉତ୍ତର ଭାରତୀୟ ବାଂଲାଦେଶରୁ ଆସୁଥିବା ଶୁଷ୍କ ପବନ ମିଶିଯିବ | ଏଥିପାଇଁ ବାୟୁମଣ୍ଡଳ ଅସ୍ଥିର ହେବା ସହ ଘଡଘଡି ଓ ବର୍ଷା ହେବ |

ତେବେ ରାଜ୍ୟରେ ମୌସୁମୀ ଫେରିବା ବିଳମ୍ବ ହୋଇପାରେ | ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ମୌସୁମୀ | ୯ ତାରିଖ ବେଳକୁ ତାମିଲନାଡୁ ପାଖ ଦକ୍ଷିଣ ପଶ୍ଚିମ ବଙ୍ଗପୋସାଗରରୁ କେରଳ ପାଖ ଆରବ ସାଗର ଯାଏଁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ | ଏହାପରେ ଗଭୀର ଅବପାତ ହୋଇ ଲଘୁଚାପ ସୃଷ୍ଟି ହେବ | ତେବେ ଏହାର ପ୍ରଭାବରେ ରଜରେ ୧୬ ଓ ୧୭ ତାରିଖରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରିଫସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି | ତେବେ କୁହାଯାଇଛି ଯେ ଅକ୍ଟୋବର ୧୫ ଯାଏଁ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିବ |

Advertisement

Leave a Reply

Your email address will not be published. Required fields are marked *