Pratidin TV

Odisha's Digital News Platform

ପୁଣି ଭାଇରାଲ ହେଲା ସମ୍ବଲପୁର ୟୁନିଭରସିଟି ପ୍ରଶ୍ନପତ୍ର : ଏସବୁ ପଛରେ କାହାର ରହିଛି ହାତ !

1 min read

ଭୁବନେଶ୍ୱର : ଆସନ୍ତାକାଲି ସମ୍ବଲପୁର ବିଶ୍ୱବିଦ୍ୟାଳର ଯୁକ୍ତ ୩ କଳା ବିଭାଗର ତୃତୀୟ ବର୍ଷର ଏଜୁକେସନ ପ୍ରଶ୍ନପତ୍ର ଭାଇରାଲ ହେବାପରେ କାଲିର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ଏହି ଘଟଣାର ଏଯାଏ କିଛି ସୁରାଗ ମିଳିପାରିନଥିବା ବେଳେ, ଆଜି ସକାଳେ ଯୁକ୍ତ ୩ ତୃତୀୟ ବର୍ଷର ୧୦ ଟାରେ ହେବାକୁ ଥିବା (ଫିଜିକ୍ସ) ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଗଲା କାରଣ ୨ ଦିନ ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ ହୋଇଥିଲା ବୋଲି ସୂଚନା ମିଳୁଛି । ।ଏହା ସହ ପରିକ୍ଷା ନିୟନ୍ତ୍ରକ ସ୍ୱୀକାର କରଛନ୍ତି ଯେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ଭାବରେ ଅରଜିନାଲ ପ୍ରଶ୍ନପତ୍ର ସହ ମିଶୁଛି ।


ତେବେ ପ୍ରଶ୍ନପତ୍ର ତିଆରି କରୁଥିବା ବିଭାଗ ମଧ୍ୟରୁ କେହି ଏପରି କରୁଥିବ ବୋଲି ଅନୁମାନ କରାଯାଇଛି ।ଆଉମଧ୍ୟ ଏହି ପ୍ରଶ୍ନପତ୍ର ଗୁଡିକ ୨୦୦୦ ଟଙ୍କାରେ ଛାତ୍ର ଛାତ୍ରୀଙ୍କୁ ବିକାଯାଉଛି ବୋଲି ସୂଚନା ମିଳୁଛି । ଏନେଇ ବିଶ୍ୱବିଦ୍ୟାଳୟରେ ଏକ ବିଶୃଙ୍ଖଳିତ ପରିସ୍ଥିତି ଦେଖାଦେଇଛି ।ତେବେ ଆଜି ଅଟକିଥିବା ଫିଜିକ୍ସ ପରୀକ୍ଷାଟି ଆସନ୍ତା ୨୦ ତାରିଖ ଦିନ ହେବ େବୋଲି ସୂଚନା ଦେଲେ କତ୍ତୃପକ୍ଷ ।

Advertisement

Leave a Reply

Your email address will not be published. Required fields are marked *