Pratidin TV

Odisha's Digital News Platform

ପୁଣି ଓଡ଼ିଶାରେ ରେଳ ଦୁର୍ଘଟଣା ……

1 min read

ବରଗଡ଼ : ପୁଣି ଲାଇନଚ୍ୟୁତ୍ ହେଲା ଟ୍ରେନ୍ । ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ବରଗଡ ଜିଲ୍ଲାରେ ଘଟିଛି ଅଘଟଣ । ବରଗଡ ଏସିସି ସିମେଣ୍ଟ କାରଖାନା କୁ ଚୂନପଥର ବୋଝେଇ ଆସୁଥିବା ମାଲବାହୀ ଟ୍ରେନ ଭଟଲି ସମ୍ବରଦର୍ହା ନିକଟରେ ଲାଇନଚ୍ୟୁତ ହୋଇଛି । ଉକ୍ତ ମାଲବାହୀ ଗାଡିଟି ଡୁଙ୍ଗୁରି ଚୁଁନପଥର ଖଣି ରୁ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଆସୁଥିଲା । ଏହି ସମୟରେ ୫ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି ।

ପୂର୍ବତଟ ରେଳବାଇର ସୂଚନା ଅନୁଯାୟୀ ବରଗଡ଼ରେ ଲାଇନ୍‌ଚ୍ୟୁତ ହୋଇଥିବା ମାଲ୍‌ବାହୀ ଟ୍ରେନ୍‌ ଏକ ପ୍ରାଇଭେଟ୍‌ ସିମେଣ୍ଟ କମ୍ପାନୀର। ଏହାର ସମସ୍ତ ଇନ୍‌ଫ୍ରାଷ୍ଟ୍ରକଚର୍‌ ଯଥା- ଟ୍ରେନ୍‌ ଇଞ୍ଜିନ, ବଗି, ଟ୍ରାକ୍‌ ଇତ୍ୟାଦି ସମ୍ପୃକ୍ତ କମ୍ପାନୀ ଦ୍ୱାରା ହିଁ ପରିଚାଳିତ ହୋଇଥାଏ। 

Leave a Reply

Your email address will not be published. Required fields are marked *