ବିପଦରେ ଅଲିଭ ରିଡେଲ୍ , ଏବେ ଜଳଦସ୍ୟୁଙ୍କ ଟାର୍ଗେଟ କଇଁଛଙ୍କୁ ସୁରକ୍ଷା ଦେଉଥିବା ବନକର୍ମଚାରୀ ..
1 min readମଝି ସମୁଦ୍ରରେ ଜଳଦସ୍ୟୁଙ୍କ ସହ ମୁହାଁମୁହିଁ ହେଲେ ବନକର୍ମଚାରୀ । ସରକାରଙ୍କ ବାରଣସ୍ୱତ୍ତ୍ୱେ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ପ୍ରବେଶ କରି ଆତଙ୍କ ଖେଳାଇଛନ୍ତି ଜଳଦସ୍ୟୁ । ସମୁଦ୍ର ମଝିକୁ ପସି ଖୁଲମଖୁଲା ଧରୁଛନ୍ତି ମାଛ । ଆଉ ଏହାକୁ ପ୍ରତିବାଦ କଲେ ସିଧାସଳଖ ବନକର୍ମଚାରୀଙ୍କ ଉପରେ କରୁଛନ୍ତି ଆକ୍ରମଣ । ତେବେ ଏପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଗହୀରମଥା ସାମୁଦ୍ରିକ ଅଭୟାରଣରେ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଟିମ ପାଟ୍ରୋଲିଂ କରିବା ବେଳେ ଏହି ଆକ୍ରମଣ ହୋଇଛି ।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ବଜରଙ୍ଗବାଲୀ ଟ୍ରଲରରେ ବନ ବିଭାଗର ଏକ ୧୧ ଜଣିଆ ଟିମ୍ ଗତକାଲି (ସୋମବାର ) ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ସମୁଦ୍ରର ନିଷିଦ୍ଧ ଅଞ୍ଚଳରେ ୧୫ରୁ ୨୦ଟି ଟ୍ରଲର ବେଆଇନ୍ ଭାବେ ମାଛ ମାରୁଥିବାର ଦେଖିବାକୁ ପାଇଥିଲେ । ତେବେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବା ବେଳେ ବେଆଇନ ମାଛ ମାରୁଥିବା ଟ୍ରଲର ମାଫିଆ ସଂଘବଦ୍ଧ ଭାବେ ବନ ବିଭାଗ ପାଟ୍ରୋଲିଂ ଟିମର ଟ୍ରଲରକୁ ଘେରି ଯାଇଥିଲେ । ଏବଂ ମାଛଧରା ଯନ୍ତ୍ରପାତି ଏବଂ ଅସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବନ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ଜୀବନ ବିକଳରେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ବନ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ଜୀବନ ଏନେଇ ଟ୍ରଲର ମାଲିକଙ୍କ ନାମରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ପୁଲିସ୍ କେବଳ ଘଟଣାସ୍ଥଳ ବୁଲି ଆସି ତଦନ୍ତ ସାରିଛି । ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି ।