Pratidin TV

Odisha's Digital News Platform

ବାପାଙ୍କ ଦଶାହ କର୍ମରେ କାହିଁକି ଲଣ୍ଡା ହେଲେନି ଅନୁଭବ ?

ମୁହଁରେ ମିଛ ହସ ଭରି ମନର ଯନ୍ତ୍ରଣା ଲୁଚାଇଛନ୍ତି ଅନୁଭବ । ବାପାଙ୍କ ଏକାଦଶରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ କଳାକାର ଓ ନେତା ମନ୍ତ୍ରୀ ଗତକାଲି ଯୋଗ ଦେଇଥିଲେ। ବାପାଙ୍କ ବିୟୋଗରେ ଭାଙ୍ଗି ପଡିଥିବା ଅନୁଭବଙ୍କୁ ସମସ୍ତେ ସାନ୍ତ୍ଵନା ଦେଇଥିଲେ। କାଲି ଲକ୍ଷ ଲକ୍ଷ ଲୋକଙ୍କ ଭିଡରେ ବି ଏକୁଟିଆ ଅନୁଭବ । ବାପା ନୁହଁତ ପୁରା ପୃଥିବୀ ତୁଲ୍ୟ ଲୋକଙ୍କୁ ହରାଇଛନ୍ତି ଅନୁଭବ ଆଉ ଭାଇ ଅନୁପ୍ରାସ । ବଡ ପୁଅ ହୋଇ ସବୁ କର୍ତ୍ତବ୍ୟ ତୁଲାଇଛନ୍ତି ବଡ ପୁଅ ଅନୁଭବ । ବାପା ବଞ୍ଚିଥିବା ବେଳେ ସେବାଠାରୁ ଆରମ୍ଭ କରି ବାପାଙ୍କ ମୃତ୍ୟୁ ପରେ କୋକେଇ ଉଠେଇ ମୁହଁରେ ନିଆଁ ଦେବା ପର୍ଯ୍ୟନ୍ତ । କିନ୍ତୁ କାଲି ଏକାଦଶରେ

ଅନୁଭବଙ୍କ ଭାଇ ବାପାଙ୍କ ପାଇଁ ଲଣ୍ଡା ହୋଇଥିବା ବେଳେ ଅନୁଭବ କାହିଁକି ଲଣ୍ଡା ହେଲେନି ସେନେଇ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *