Pratidin TV

Odisha's Digital News Platform

(Video)ଆଜିବି ବର୍ଷାଙ୍କୁ ଝୁରୁଛନ୍ତି ଅନୁଭବଙ୍କ ବାପା – ଆଡଭୋକେଟ୍ ଅଞ୍ଜନ କୁମାର ଜେନା

ଭୁବନେଶ୍ୱର ; ମଙ୍ଗଳବାର ସୋସିଆଲ ମିଡିଆରେ ପୁଣି ଏକ ଭିଡିଓ ପୋଷ୍ଟ କରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ପତ୍ନୀ ବର୍ଷାଙ୍କୁ ଛାଡପତ୍ର ସ୍ୱୀକାର କରିବାକୁ କହିଛନ୍ତି ସେ । କାରଣ ତାଙ୍କ ବାପାଙ୍କ ଦେହ ଦିନକୁ ଦିନ ଅସୁସ୍ଥ ହେବାରେ ଲାଗିଛି । ମୋ ଘରର କୁକୁର ଦେହ ମଧ୍ୟ ଅସୁସ୍ଥ , ଆମେ ରାତିରେ ଶୋଇପାରୁନୁ ବୋଲି କାନ୍ଦି କାନ୍ଦି କହିଛନ୍ତି ଅନୁଭବ । କିନ୍ତୁ ତାଙ୍କର ସବୁ ଡ୍ରାମାକୁ ଗଣାମଧ୍ୟମ ଆଗରେ ମିଛ ପ୍ରମାଣ କରିଦେଇଛନ୍ତି ବର୍ଷାଙ୍କ ଆଡ଼ଭୋକେଟ ପିଙ୍କି ଜେନା । ସେ କହିଛନ୍ତି ଯେ ଅନୁଭବ ନିଜ ମୁଖା ନିଜେ ଖୋଲିଛନ୍ତି । ସେ କେବଳ ବର୍ଷାଙ୍କୁ ନୁହେଁ ପୁରା ନାରୀ ସମାଜର ଅସମ୍ମାନ କରିଛନ୍ତି । ଲୋକମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ସେ ସୋସିଆଲ ମିଡିଆରେ କୁମ୍ଭୀର କାନ୍ଦଣା କାନ୍ଦି ବର୍ଷାଙ୍କ ନାଁ ରେ ମିଛ କହୁଛନ୍ତି । ଯାହା ତାଙ୍କ ଜଜମେଣ୍ଟର ପେଜ୍ ନଂ ୨୦ ରେ ପ୍ରମାଣ ହୋଇଛି । ସେ ନିଜେ ହିଁ ଲେଖିଛନ୍ତି ଯେ ସେ ନିଜ ରାଜନୀତି କ୍ୟାରିଅରରେ ଏତେ ବ୍ୟସ୍ତ ଥିଲେ ଯେ ସେ ନିଜ ବିବାହର ତାରିଖ ଜାଣିନଥିଲେ ।

ଅନ୍ୟପଟେ ହାଇକୋର୍ଟ ଆଡଭୋକେଟ୍ ଅଞ୍ଜନ କୁମାର ଜେନା କହିଛନ୍ତି ଯେ ବର୍ଷାଙ୍କ ଶଶୁର ଆଜିବି ବର୍ଷାଙ୍କୁ ଝୁରୁଛନ୍ତି । ସେ ସବୁବେଳେ ବର୍ଷାଙ୍କୁ ଫେରାଇଆଣିବାକୁ ଚାହୁଁଥିଲେ । ସେ ଅସୁସ୍ଥ ହେବାର କାରଣ ଅନୁଭବଙ୍କ ଡ୍ରାମା । ଅନୁଭବଙ୍କ ହାଇ ଡ୍ରାମା ପାଇଁ ତାଙ୍କ ବାପା ଅସୁସ୍ଥ ହୋଇପଡୁଛନ୍ତି ।

Leave a Reply

Your email address will not be published. Required fields are marked *