Pratidin TV

Odisha's Digital News Platform

(video)ଓଡିଆ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ମହାମିଳନ କରାଇଲେ ସନଲିସା ….

ଭୁବନେଶ୍ୱର ; ଦୀର୍ଘଦିନ ପରେ ଓଡିଆ ଇଣ୍ଡଷ୍ଟ୍ରିର ବଳ ଦେଖିଲା ପୁରା ଓଡିଶା । ପ୍ରଥା ଫିଲ୍ମର ନ୍ୟାୟଦାବୀ ପାଇଁ ଚାଲିଥିବା ନାରା ବର୍ତ୍ତମାନ ପୁରା ଓଡିଆ ସିନେମା ପାଇଁ ନ୍ୟାୟ ମାଗୁଛି । କଷ୍ଟ ପରିଶ୍ରମ ସହ ଟଙ୍କାକୁ ଦାଉରେ ଲଗାଇ ନୂଆ କାହାଣୀକୁ ଦର୍ଶକଙ୍କ ସାମ୍ନାରେ ପହଞ୍ଚାଇବାର ଚେଷ୍ଟା କରିଥିବା ପ୍ରଯୋଜିକା ସନଲିସାଙ୍କ ଯୁଦ୍ଧରେ ଆଜି ପୁରା ଓଡିଆ ଚଳଚ୍ଚିତ୍ର ଜଗତର ସବୁ ନୂଆ ପୂରୁଣା କଳାକାର ମାନେ ଏକଜୁଟ୍ ହୋଇଛନ୍ତି ।

ତେବେ ଗତକାଲି ଅର୍ଥାତ୍ ଶନିବାର ରାତିରେ ବୁଦ୍ଧଆଦିତ୍ୟ,ଅନୁଭବ୍ ମହାନ୍ତି ଏବଂ ସ୍ୱରାଜଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନୁୁଭବ୍ – ବୁଦ୍ଧଆଦିତ୍ୟ ନିଜର ବ୍ୟାକ୍ତିଗତ ଆଉ କିଛି ପୂରୁଣା କଥାକୁ ମଧ୍ୟ ଆଲୋଚନାକୁ ଆଣିଥିଲେ । ସେହିଭଳି ବୃଦ୍ଧଆଦିତ୍ୟ ସବୁ କଳାକାରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଭବଙ୍କ ପଦୁଟିଏ କଥାରେ ଭାବପ୍ରବଣ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *