ଦ୍ୱିତୀୟ ବିବାହ କଲେ କି ଅନୁଭବ୍ ! ସୋସିଆଲ ମିଡିଆରେ ଭାଇରାଲ ହେଲା ବର ବେଶର ଫଟୋ ..
1 min readଭୁୁବନେଶ୍ୱର : ପୁଣି ବିବାହ କଲେ କି ଅନୁଭବ୍ ! ଭାଇରାଲ ହେଉଛି ଅନୁଭବଙ୍କ ବିବାହ ଫଟୋ । ଯେଉଁଥିରେ ଅନୁଭବ ମହାନ୍ତି ବର ବେଶରେ ନଜର ଆସିବା ସହ ବିବାହରେ ସାମିଲ ଥିଲେ ପରିବାର ଏବଂ ଅଭିନେତା ଅରିନ୍ଦମ୍ ଏବଂ ତାଙ୍କ ପତ୍ନୀ । ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବର୍ଷାଙ୍କ ସହ ଛାଡପତ୍ରପରେ ଦିଲ୍ଲୀରୁ ଭାଇରାଲ ହେଉଛି ଅନୁଭବଙ୍କ ଦ୍ୱିତୀୟ ବିବାହ ଫଟୋ । ଏହାକୁ ନେଇ ବର୍ତ୍ତମାନ ଅନୁଭବଙ୍କ ଜଣେ ଘନିଷ୍ଠ ଫ୍ୟାନ୍ସ ସତର ଖୁଲାସା କରିଛନ୍ତି । ରାକେଶ୍ ରୋଶନ ମହାନ୍ତି ନାମକ ଜଣେ ଅତି ଘନିଷ୍ଠ ପ୍ରଶଂସକ ଅନୁଭବଙ୍କ ବିବାହରେ ସାମିଲ ହୋଇ ଫଟୋ ସେୟାର କରିଥିଲେ । ଏବଂ ତାହା ସତ ବୋଲି ରାକେଶ ନିଜ ମୁହଁରେ ପ୍ରକାଶ କରିଛନ୍ତି । କିନ୍ତୁ ଅନୁଭବ କାହାକୁ ବିବାହ କରିଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ଭାବେ ଜଣାପଡିନାହିଁ । ରାକେଶଙ୍କ କହିବା ମୁତାବକ ଅନୁଭବ ନିଜେ ନୂଆବର୍ଷରେ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ଜଣାଇବେ ।
କିନ୍ତୁ ଏହା ପ୍ରକୃତ ବିବାହ ନା ଅନୁଭବଙ୍କ କୌଣସି ଫିଲ୍ମର ସୁଟିଂ । ଯାହାକୁ ଗୁପ୍ତ ରଖି ତୁଚ୍ଛା ପବ୍ଲିସିଟି ଚାହୁଁଛନ୍ତି ଅନୁଭବ । ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । କାରଣ ବର୍ତ୍ତମାନ ସୁଦ୍ଧା ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ଛାଡପତ୍ର ହୋଇନଥିବା ବେଳେ । କଣ ଦ୍ୱିତୀୟ ବିବାହ କରିପାରିବେ ଅନୁଭବ ! ତାହା ଏବେ ଓଡିଆବାସୀଙ୍କ ମନରେ ବଡ ପ୍ରଶ୍ନ ?