ରାଜ୍ୟରେ ଚହଳ ପକାଇଲା ଅନୁଭବଙ୍କ ନୂଆ ପୋଷ୍ଟ ; ଦିନେ କରୁଥିଲେ ଗାଳି ଆଜି କାହିଁକି ପୁଣି ପ୍ରେମର ବର୍ଷା ….
1 min readଭୁବନେଶ୍ୱର ; ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଛନ୍ତି। ଏବେ ଅନୁଭବଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ପୂର୍ବରୁ ସେ କରୁଥିବା ପ୍ରତ୍ୟକଟି ପୋଷ୍ଟରେ ବର୍ଷାଙ୍କୁ ସେ ନିଚା ଦେଖାଇ ବା ଅସମ୍ମାନ ହେଲା ଭଲି କଥା ଲେଖିଥାନ୍ତି କିନ୍ତୁ ହଠାତ୍ ଆଜି ଟୁଇଟରରେ ଏକ ଭାବପ୍ରବଣ ଲେଖା ସହ ବର୍ଷାଙ୍କ ବିଦାଇ ସମୟର ଫଟୋ ପୋଷ୍ଟ କରିଛନ୍ତି ଅନୁଭବ ।
ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ସେ ଆଉ ମଧ୍ୟ ଲେଖିଛନ୍ତି ଯଦି ବିଛେଦ ଆମ ଦୁହିଁଙ୍କ ପାଇଁ ଭଲ ତେବେ କାହିଁକି ଆମେ ଭଲରେ ବିଚ୍ଛୈଦ ହେବ ନାହିଁ । ଆମ ବିଚ୍ଛେଦ ବା ଡାଇଭର୍ସ ସମ୍ମାନଜନକ ହେଉ, ତିକ୍ତତା ନ ହେଉ । ଏହା ପରେ ସେ ବର୍ଷାଙ୍କୁ ଜଲଦି ଉତ୍ତର ଦେବାକୁ ନିବେଦନ କରିଛନ୍ତି । ଯାହା ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।