Pratidin TV

Odisha's Digital News Platform

ବିଜେପିରେ ମିଶିବା ପରେ ହନୁମାନଙ୍କ ଭକ୍ତିରେ ଅନୁଭବ୍ , ଗାଇଲେ ଗୀତ….

1 min read

ବିଜେପିରେ ମିଶିବା ପରେ ଅନୁଭବଙ୍କ ଭିନ୍ନ ରୂପ ଦେଖିଲେ ପ୍ରଶଂସକ । ହନୁମାନ ଜୟନ୍ତି ପୂର୍ବରୁ ଭକ୍ତିରେ ଗାଇଲେ ହନୁମାନ ଚାଲିଶା । ନିକଟରେ ଅନୁଭବ ଗାଇଥିବା ମୋ ବାପାଙ୍କ ପରେ ଏହି ହନୁମାନ ଚାଳିଶା ହେଉଛି ୨ୟ ଗୀତ । ଏହା ଖୁବ୍ ସ୍ପିଡ୍‌ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେହି ଏହାକୁ ପାର୍ଟି ପ୍ରମୋସନ୍ କହୁଥିବା ବେଳେ କେହି ଭକ୍ତିର ଗୀତ ବୋଲି ଆଖ୍ୟା ଦେଇଛି । ଅନ୍ୟପଟେ ଏହି ଗୀତଟି ସୋନି ମ୍ୟୁଜିକ୍ ଦ୍ୱାରା ରିଲିଜ୍ ହୋଇଥିବା ବେଳେ , ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ।

Advertisement

ବିଜେପିରେ ମିଶିବା ପରେ ଅନୁଭବଙ୍କ ଠାରେ ହିନ୍ଦୁତ୍ୱର ଛାପ ଦେଖିବାକୁ ମିଳୁଛି । ପୂର୍ବରୁ ହନୁମାନ ଚାଳିଶା ଗୀତର ପୋଷ୍ଟର ରିଲିଜ୍ କରି ଜୟ ଶ୍ରୀରାମ ଲେଖି ପୋଷ୍ଟ ସେୟାର କରିଥିଲେ ଅନୁଭବ । ଆଉ ଏବେ ସାମ୍ନାକୁ ଆସିଛି ହନୁମାନ ଚାଳିଶା ଭିଡିଓ ।

Leave a Reply

Your email address will not be published. Required fields are marked *