Pratidin TV

Odisha's Digital News Platform

ଆଜି ବର୍ଷାରେ ଓଦା ହୋଇ କୋର୍ଟରେ ପହଞ୍ଚିଲେ ଅନୁଭବ , ହେବ ବଡ ଶୁଣାଣି ।

ଆଜି ବର୍ଷାରେ ଓଦା ହୋଇ କଟକ ଜେଏମଏଫସି କୋର୍ଟରେ ପହଞ୍ଚିଛନ୍ତି ଅଭିନେତା ଅନୁଭବ ମହାନ୍ତି । ପୁରିଘାଟ୍ ଥାନାରେ ସ୍ତ୍ରୀ ବର୍ଷା ଅନୁଭବ ଓ ତାଙ୍କ ଦୁଇ ସହଯୋଗିଙ୍କ ନାଁରେ ପୂର୍ବରୁ କରିଥିଲେ ନିର୍ଯାତନା ଅଭିଯୋଗ । ଏହି ମାମଲା ପରେ ପୋଲିସ ତଦନ୍ତ କରି କୋର୍ଟକୁ ଆସିବା ପାଇଁ ଅନୁଭବକୁ ଡକାଇ ଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ଅନୁଭବ ।

ଆଜି ହୋଇପାରେ ବଡ ଶୁଣାଣି । ତେବେ ପୂର୍ବରୁ ଏହି ମାଲଲାରେ ଅନୁଭବଙ୍କୁ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇନଥିଲେ । ଫଳରେ ତାଙ୍କ ନାଁରେ ଏନବିଡବ୍ଲୁ ଜାରି କରାଯାଇଥିଲା । କିନ୍ତୁ ସେହି ସମୟରେ ଅନୁଭବଙ୍କ ବାପା ଅସୁସ୍ଥ ଥିବାରୁ ଅନୁଭବଙ୍କୁ ଆଶ୍ୱସ୍ତ ମିଳିଥିଲା । କିନ୍ତୁ ଆଜି କୋର୍ଟରେ ଉଭୟ ଦଳ ହାଜର ହୋଇଛନ୍ତି ।

ଅନୁଭବଙ୍କ ଦୁଇ ସହଯୋଗୀ ସୂଜିତ ଦଳାଇ ଏବଂ ଖଗେଶ୍ୱର ସାହୁ ପୂର୍ବରୁ ଜେଏମଏଫସିରେ ହାଜର ହୋଇ ନ୍ୟାୟ ପାଇଁ ଅପେକ୍ଷା କରିଥିଲେ । ତେଣୁ ସେବେ ବର୍ଷା ଆସିନପାରିବାରୁ ଉକ୍ତ ମାମଲାରେ ଶୁଣାଣି ହୋଇପାରିନଥିଲା । ତେବେ ସ୍ୱତନ୍ତ୍ର ଜେଏମଏଫସି ପୂର୍ବରୁ ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗିଙ୍କ ନାଁରେ ଭାରତୀୟ ଦଣ୍ଡ ବିଧାନ ଆଇନ ଦଫା ୪୯୮ (କ),୩୪୧,୫୦୬ ଓ ୩୪ ଦଫାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଚାର୍ଜ ଫେମ୍ କରିଥିଲେ । ବର୍ଷା ପ୍ରିୟଦର୍ଶିନୀ ଓ ଅନୁୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହେବାପରେ ବର୍ଷାଙ୍କ ପକ୍ଷରୁ ୨୦୨୦ ମସିହାରେ ପୁରୀଘାଟ୍ ଥାନାରେ ଅନୁଭବ ଓ ୨ ଜଣ ସହଯୋଗୀ ଙ୍କ ବିରୁଦ୍ଧରେ ମାନସିକ , ଶାରୀରିକ ନିର୍ଯାତନା ଦେବା ଏବଂ ଧମକଚମକ୍ ଦେବା ଆଦି ଅଭିଯୋଗ ନେଇ ଏତଲା ହୋଇଥିଲା । ପରେ ପୁରୀଘାଟ୍ ଥାନା ପୋଲିସ ଏହା ଉପରେ ତଦନ୍ତ କରି ମାମଲା ରୁଜ୍ଜୁ କରିଥିଲା । ତେବେ ତଦନ୍ତ ପରେ ୨୦୨୩ ଡିସେମ୍ବର ୧୮ ତାରିଖରେ କମିଶନରେଟ୍ ପୋଲିସ ଅନୁଭବ ମହାନ୍ତି ଓ ତାଙ୍କ ଦୁଇ ସହଯୋଗୀ ଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ।

Leave a Reply

Your email address will not be published. Required fields are marked *