Pratidin TV

Odisha's Digital News Platform

(ଭିଡିଓ) ଅନୁଭବ-ଜାଗୃତିଙ୍କ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ! ଏମିତି କିଛି ପୋଷ୍ଟ କରି ଜାଗୃତି ଦେଲେ ସଙ୍କେତ..

1 min read

ଭୁବନେଶ୍ୱର: ଅନୁଭବ ବର୍ଷାଙ୍କ ଛାଡପତ୍ର ମାମଲାରେ ଲାଗିଲା ବ୍ରେକ । ଗତକାଲି କଟକ ଅଦାଲତ ଏଭଳି କିଛି ନିଷ୍ପତି ନେଲେ ଯେ ଏଥିରେ ଗୋଟେ ପଟେ ବର୍ଷା ଖୁସି ଥିବା ଅନ୍ୟପଟେ ଅନୁଭବ ଏବଂ ତାଙ୍କ ବାନ୍ଧବୀ ଜାଗୃତିଙ୍କୁ ଲାଗିଲା ବଡ ଝଟକା । ସାଂସଦ ଏବଂ ଅଭିନେତ୍ରୀଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରି ଦେଇଛି କୋର୍ଟ । ଯାହାକୁ ଶୁଣି ଭାଙ୍ଗିପଡିଛନ୍ତି ଜାଗୃତି ଶୁକ୍ଲା । ଆଉ ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ଅନୁଭବଙ୍କ ଜୀବନରୁ ସବୁଦିନ ପାଇ ଦୂରେଇ ଯିବେ ବାନ୍ଧବୀ ଜାଗୃତି! ସିଧାସଳଖ ନ ଜଣାଇ ସୋସିଆଲ ମିଡିଆରେ କିଛି ଏଭଳି ଲେଖା ପୋଷ୍ଟ କରି ଲୋକଙ୍କୁ ହିଣ୍ଟସ ଦେଇଛନ୍ତି ଜାଗୃତି । ସେ ଲେଖିଛନ୍ତି ଠିକ ସମୟରେ ଆସିଲେ ଚାକିରୀ ବି କଲେ ହେଲେ ଏସବୁ ବଦଳରେ ତାଙ୍କୁ କଣ ମିଳିଲା ଶେଷରେ କହିବାକୁ ଗଲେ ଫ୍ୟାମିଲି ଠାରୁ ଆରମ୍ଭ କରି ତାଙ୍କ ଫିଲ୍ମର ପ୍ରମୋସନ ହେଉ ବା ଫିଲ୍ମ ଦେଖିବା ହେଉ ସବୁଥିରେ ଅନୁଭବଙ୍କ ସହ ନଜର ଆସିଥିଲେ ପ୍ରିୟ ବାନ୍ଧବି ଜାଗୃତି ଶୁକ୍ଲା ।

ଆଉ ସେମାନଙ୍କ ଏହି ମିଳାମିଶାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଅନେକ ତର୍କ ବିର୍ତକ । ତାଙ୍କ ସମ୍ପର୍କକୁ ନେଇ ଚାରିଆଡେ ଉଠିଥିଲା ଅନେକ ପ୍ରଶ୍ନ ।ଆଉ ସାଂସଦଙ୍କ ମାମଲରେ କୋର୍ଟ ଗତକାଲି ନେଇଥିବା ବଡ ନିଷ୍ପତ୍ତି ପରେ ଏକ ଆବେଗ ଭରା ପୋଷ୍ଟ କରିଛନ୍ତି ଅନୁଭବଙ୍କ ପ୍ରିୟ ବାନ୍ଧବୀ । ଯେଉଁ ପୋଷ୍ଟରେ ଜାଗୃତିଙ୍କ ହୃଦୟରେ ଲାଗିଥିବା ଆଘାତ ସ୍ପଷ୍ଟ ବାରି ହେଉଛି । କାରଣ ଏଥିରେ କଥା କମ ଯନ୍ତ୍ରଣା ଥିବା ଦେଖାଯାଉଛି । ତାଙ୍କ ଦ୍ୱାରା ଲେଖା ହୋଇଥିବା ଗୋଟେ ଗୋଟେ ଧାଡି ଅନୁଭବଙ୍କ ଆଡକୁ ସିଧାସଳଖ ଇସାରା କରୁଛି ।

Advertisement

ସେ ଲେଖିଛନ୍ତି ଯେ, “ ଶେଷରେ ମୋ ପିଛା ଛାଡିଲ । ସେ କାହା ସାମ୍ନାରେ ଖରାପ ହେବାର ନଥିଲା । ମତେ ଜଣା ଅଛି ଯେ ମୋ ଠାରୁ ଭଲ ବିକଳ୍ପ ଆଗକୁ ମିଳିବ । ମୁଁ କଣ ପାଇଁ ଏତିରେ ଆଉ ଅଧିକ ମୁଣ୍ଡ ଖେଳାଇବି । ଏବେ ଠୁ ମୁଁ ଅଲଗା ହୋଇଗଲା । ଏହାପରେ ଯାହାର ଯାହା ଇଚ୍ଛା ତାହା କରିବେ । ମୋର କଣ ଅଛି । କିଛି ନମିଳୁ ସତ କିନ୍ତୁ ମୋ ଚାକିରୀ ପୂରା ହୋଇ ଯାଇଛି । ଜୟ ଜଗନ୍ନାଥ ।”ବାସ ଏତିକି ପୋଷ୍ଟ କରିଛନ୍ତି ଜାଗୃତି । ତେବେ ଏହି ପୋଷ୍ଟ କରିବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା କାରଣ ଏହି ପୋଷ୍ଟଟି ଲୁଚି ରହିଥିବା କିଛି ସମ୍ପର୍କକୁ ପଦାରେ ପକାଇ ଦେଇଛି । କହିବାକୁ ଗଲେ କ୍ଷୀରକୁ କ୍ଷୀର ଏବେ ପାଣି ପାଣିକୁ କରି ଦେଇଛି । ଅନୁଭବଙ୍କ ଜୀବନରୁ ବର୍ଷାକୁ ଅଲଗା କରିବାକୁ ଜାଗୃତିଙ୍କପ୍ଲାନ ଏବେ ଫେଲ ମାରିଛି ।କୋର୍ଟର ନିଷ୍ପତ୍ତି ତାଭ୍‌କ ଝଟକା ଦେଇଛି । ଆଉ ସେ ଜାଣିସାରିଣି କି ଅନୁଭବଙ୍କ ଜୀବନରେ ତାଙ୍କର ଆଉ କୌଣସି ସ୍ଥାନ ନାହିଁ ବୋଲି । ଏଥିପାଇଁ ସେ ତାଙ୍କଠାରୁ ଏବେ ଦୁରେଇ ଆରମ୍ଭ କରିଦେଲେଣି ।

Leave a Reply

Your email address will not be published. Required fields are marked *