Pratidin TV

Odisha's Digital News Platform

ଝିଆରୀକୁ ପ୍ରେମ କଲା ବୋଲି , ପ୍ରେମିକ ଗୋଡରେ ପଥର ବାନ୍ଧି ପାଣିକୁ ଫିଙ୍ଗିଦେଲେ……..

ଅନୁଗୁଳ ; ଅନୁଗୋଳ ଜିଲ୍ଲା ଜରପଡା ଥାନା ପୋଲିସ ଗତ ୨୬ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗ୍ରାମର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ବାପା ଅରୁଣ ବେହେରା ଅଭିଯୋଗ କରିଥିଲେ । ଏନେଇ ଜରପଡା ଥାନା କେସ ନଂ୩୯୧/୨୩ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ପର୍ଦ୍ଦାଫାସ କରି ଜଣେ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରେମ ପାଇଁ ବିକାଶ ବେହେରାଙ୍କୁ କଣିହାଁ ଥାନା ଅଞ୍ଚଳରେ ହତ୍ୟା କରି ନେଇ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଆମ୍ବ ବନ୍ଧରେ ଫୋପାଡ଼ି ଥିଲେ । ଏନେଇ ଅନୁଗୋଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ କରିବା ସହିତ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ନିର୍ମଳ ପ୍ରଧାନଙ୍କ ପୁଅ ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬)ା ଏହି ଘଟଣାରେ ଆହୁରି ଯୁବକଙ୍କର ସମ୍ପୃକ୍ତି ରହିଥିବା ବେଳେ ଜରପଡା ପୋଲିସ ଘଟଣାର ତଦନ୍ତ ଚାଲିଥିବା ଅନୁଗୋଳ ଏସ୍ଡ଼ିପିଓ ରମାକାନ୍ତ ମାହାଳିକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

ପ୍ରେସ ବିବୃତିରେ ଏସ୍ଡ଼ିପିଓ ପ୍ରକାଶ କରିଛନ୍ତି ଯେ ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ କୋରଡ଼ା ଗ୍ରାମର ଅରୁଣ ବେହେରାଙ୍କ ପୁଅ ବିକାଶ ବେହେରା କୋରଡ଼ା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିବା ବେଳେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ । ଏହାପରେ ସେମାନେ ବୋଲେରୋ ଗାଡ଼ିରେ କୋଶଳା କୁମୁଣ୍ଡା ରାସ୍ତା ଦେଇ କଣିହାଁ ଥାନା ସୀମାନ୍ତ ଵାରିହାପୁର ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ଏକ ଦଉଡି ସାହାଯ୍ୟରେ ବିକାଶର ଗଳା ଚିପି ହତ୍ୟା କରିଥିଲେ । ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗ୍ରାମକୁ ନେଇ ସେଠାରେ ଥିବା ଗଭୀର ଆମ୍ବ ବନ୍ଧରେ ମୃତ ବିକାଶଙ୍କ ଦେହରେ ପଥର ବାନ୍ଧି ପକାଇ ଦେଇଥିଲେ । ଏହି ଘଟଣାରେ ପୋଲିସ ଛନଭିନକରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଥିଲା । ଗିରଫ ପରେ ସଞ୍ଜିଲ ପୋଲିସ ଆଗରେ ମୃତ ବିକାଶ ବେହେରା ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ଏହି ଘଟଣାକୁ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ ।

ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ଏବଂ ଏନେଇ ଆର୍ଥିକ ସହାୟତା ମିଳବ ବୋଲି ସ୍ୱୀକାର କରିବା ସହିତ ପୋଲିସ ଟିମକୁ ନେଇ ମୃତ ଦେହ ପକାଇଥିବା ସ୍ଥାନ ଦେଖାଇଥିଲା । ଏହା ପରେ ପୋଲିସ ଅଗ୍ନିଶମ ବିଭାଗ ଦ୍ୱାରା ପାଣିରୁ ମୃତ ଦେହକୁ ଆମ୍ବ ବନ୍ଧର ଗଭୀର ଜଳରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ, ସାକ୍ଷୀଙ୍କ ଉପସ୍ଥିତରେ ମୃତ ବିକାଶ ବେହେରାଙ୍କ ବାପା ଅରୁଣ ବେହେରା ପୁଅର ଶବକୁ ଚିହ୍ନଟ କରିଥିଲେ । ଏହା ପରେ ମୃତ ଦେହର ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପ୍ରିମା ଫେସୀ ପ୍ରମାଣ ଅନୁଯାୟୀ ପୋଲିସ ସଂଜିଲଙ୍କୁ ଶୁକ୍ରବାର ଗିରଫ କରିଥିଲେ । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ କଳା ରଙ୍ଗର ପସିଅନ ପ୍ରୋ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡିକୁ ଜବତ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍ୟମ ଜାରି ରହିଥିବା ଅନୁଗୋଳ ଏସ୍ଡ଼ିପିଓ ରମାକାନ୍ତ ମାହାଳିକ ତାଙ୍କ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *