Pratidin TV

Odisha's Digital News Platform

ଟ୍ରକ୍ ବାଇକ ମୁହାଁମୁହିଁ ଦୁର୍ଘଟଣା , ଦୁଇ ଗାଡି ପୋଡି ପାଉଁଶ..

1 min read

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ର ଜୁରାଗାଡ଼ିଆ ଛକ ର ଗ୍ରୀଡ ସମୁଖ ୫୫ନମ୍ବର ଜାତୀୟ ରାଜପଥ ରେ ବାଇକ ଓ ଟ୍ରକ୍ ଦୁର୍ଘଟଣା ଘଟି ଦୁଇଟି ଗାଡି ପୋଡି ପାଉଁଶ ହୋଇଯାଇଛି।

Advertisement

ସୂଚନା ଅନୁଯାୟୀ ଟ୍ରକ୍ ନମ୍ବର ଓଡି ୧୯ ଏଲ ୮୩୪୯ କୋଇଲା ଖାଲି କରି ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ନୂଆହତା ଗ୍ରୀଡ ଷ୍ଟେସନ ସମ୍ମୁଖ ରେ ଏକ ପଲସର ବାଇକ ଭାରସାମ୍ୟ ହରାଇ ଟ୍ରକ ରେ ଧକ୍କା ଦେଇଥିଲା। ଦୂର୍ଘଟଣା ରେ ବାଇକ୍ ଚାଳକ କିଛି ଦୂର ଛିଟିକି ପଡି ଯାଇଥିଲେ ଏବଂ ଜୀବନ ହାନିରୁ ରକ୍ଷା ପାଇ ଯାଇଥିଲେ। ଟ୍ରକ୍ ଚକରେ ବାଇକ୍ ଟି ଜାମ୍ ହୋଇ ରହି ଯାଇ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବାଇକ୍ ଓ ଟ୍ରକ ରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଦମକଳ କୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ, ଟାଟା କାରଖାନା ର ଦମକଳ ଓ ପ୍ରସାଶନ ର ଦମକଳବାହିନୀ ପହଞ୍ଚି ବଡ ଧରଣ ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *