Pratidin TV

Odisha's Digital News Platform

ଆଖିବୁଜିଲେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ।

ଆଉ ନାହାନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ପୁରା ପରିବାରରେ ଶୋକର ଛାୟା ।

ଦୀର୍ଘଦିନ ହେବ ଅନୁଭବଙ୍କ ବାପା ଅସୁସ୍ଥ ଥିଲେ । ସେ ପାରାଲିସିସ୍‌ର ଶୀକାର ହେବା ସହିତ କିଛି ଦିନ ତଳେ ଅନୁଭବ ନିଜେ ବାପାଙ୍କ ସର୍ଜରୀ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ଆଉ ଅପରେସନ୍ ମଧ୍ୟ ସଫଳ ହୋଇଥିଲା ଯାହାର ପ୍ରତିକ୍ରିୟା ଅନୁଭବ ଗଣମାଧ୍ୟମ ଆଗରେ ରଖିଥିଲେ ।

କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ସାରା ଓଡିଶାରେ ଚହଳ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *