Pratidin TV

Odisha's Digital News Platform

ଅନୁପମା ଆଗାମୀ ଏପିସୋଡରେ ଆସିବାକୁ ଯାଉଛି ନୂଆ ମୋଡ

1 min read

ନୂଆଦିଲ୍ଲୀ: ଅନୁପମା ସିରିଏଲରେ ଆସୁଛି ନୂଆ ମୋଡ |ଯେଉଁଠି ଅନୁପମା ସହ ବହୁତ ଜଲଦି ଅନୁଜ ସହ ଭେଟ ହେବାକୁ ଯାଉଛି |ଆଉ ସେଥିରେ ସେମାନଙ୍କ ଭିତରେ ଭୁଲ ବୁଝାମଣା ଦେଖିବାକୁ ମିଳୁଛି | ଏହି ସମୟରେ ଅପକମିଙ୍ଗ ଏପିସୋଡର ନୂଆ ପ୍ରୋମୋ ପ୍ରଶଂସକଙ୍କ କ୍ରୋଧକୁ ବଢ଼ାଇ ଦେଇଛି | ସେହି ପ୍ରମୋରେ ଅନୁପମାକୁ ତା ବଡ ପୁଅ ତୋଷୁ ମା ଏବଂ ପତ୍ନୀ କିଞ୍ଜଲଙ୍କ ସହ ଅସଦାଚରଣ କରୁଛି | ସେ ଜାଗାରେ ପ୍ରଶଂସକମାନେ କହିଛନ୍ତି ସେ ପ୍ରଥମରୁ ଲଜ୍ଜାଜନକ ମଣିଷ ଥିଲା | କିନ୍ତୁ ଏବେ ସୀମା ପାର କରିସାରିଛି |

ଅନୁପମାର ଆଗାମୀ ଏପିସୋଡର ପ୍ରୋମୋରେ ଅନୁପମା କିଞ୍ଜଲ ଘରେ ରହିବାକୁ ଯାଉଛି ଏବଂ ତୋଷୁକୁ ମଦ ପି ଘରକୁ ଆସିବାର ଦେଖି ତାକୁ ଗାଳିଗୁଲଜ କରି ପଚାରୁଛି ନିଜ ଲଜ୍ଜା କୁ କଉଠି ବିକି ଦେଇ ଆସିଛୁ କି ? ଆଗକୁ କହୁଛି କି ନିଜ ଝିଅ ରୋଗରେ ପଡିଛି ତ ପାର୍ଟି କେମିତି କରିପାରିବୁ? ଏହି ସବୁ ଶୁଣି ତୋଷୁ ଚିଲେଇବାର ଦେଖିବାକୁ ମିଳୁଛି | ଆଉ ତା ମା କୁ ଘରୁ ଚାଲି ଯିବା ପାଇଁ କହିବାର ଦେଖିବାକୁ ମିଳୁଛି | ଅନ୍ୟପଟରେ ୟଶଦୀପର ଅନୁଜର କବିତା ଶୁଣୁଛି ,ଏହା ଉପରେ ଯଶଦୀପ କହିଛନ୍ତି ଯେ ଯଦି ଏପରି ଝିଅ ତାଙ୍କ ଜୀବନରେ ଆସେ ତେବେ ସେ ତାଙ୍କ ପ୍ରେମରେ ପଡ଼ିବେ |

Advertisement

ଏହି ପ୍ରୋମୋ ବାହାରିବା ପରେ ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଜଣେ ଉପଭୋକ୍ତା ଲେଖିଛନ୍ତି, କିଞ୍ଜଲ ତୋଶୁ ତମାଶା ଆରମ୍ଭରୁ ଏହି ଶୋ’ରେ ଚାଲିଛି , ଯାଇ ଏହାକୁ ଆରମ୍ଭରୁ ଦେଖ | ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏହି ଅନୁପମା କେତେ ଲଜ୍ଜାଜନକ, କେହି ବି ଅପମାନିତ କରିଦେଉଛନ୍ତି | ତୃତୀୟ ଉପଭୋକ୍ତା ଲେଖିଛନ୍ତି, ଏହା ଏକ ବକୱାସ ଶୋ | ଚତୁର୍ଥ ଉପଭୋକ୍ତା ଲେଖିଛନ୍ତି, ତୋଷୁ ଭାନରାଜର ପଥ ଅନୁସରଣ କରୁଛି | ପଞ୍ଚମ ଉପଭୋକ୍ତା ଲେଖିଛନ୍ତି, ଏଥିରେ କୌଣସି ଅର୍ଥ ନାହିଁ |

Leave a Reply

Your email address will not be published. Required fields are marked *