Pratidin TV

Odisha's Digital News Platform

ସାହିତ୍ୟ ଜଗତରେ ପାଠକୀୟ ସ୍ୱୀକୃତି ପାଇଲେ , ଲେଖିକା ଏବଂ ଅନୁବାଦିକା ‘ଅନୁରୂପା ସିଂ’

1 min read

ଭୁବନେଶ୍ୱର : ବିଭିନ୍ନ ପତ୍ର ପତ୍ରିକାରେ ଅନୁରୂପା ସିଂଙ୍କର ମୌଳିକ ଗଳ୍ପ ଓ ଅନୁବାଦ ଗଳ୍ପଗୁଡିକ ପ୍ରକାଶିତ ହୋଇ ତାଙ୍କୁ ଜଣେ ସଫଳ ଗାଳ୍ପିକା ତଥା ଅନୁବାଦିକା ଭାବରେ ସାହିତ୍ୟ ଜଗତରେ ସ୍ୱକୃତି ପ୍ରଦାନ କରିଛି । ଉନ୍ନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଭାରତୀୟ ସ୍ରଷ୍ଟାମାନଙ୍କର ସୃଷ୍ଟିରୁ ସଂଗ୍ରହ କରି ଓଡିଆ ଭାଷାରେ ଅନୁଦିତ କରିଛନ୍ତି ସେ ଅନେକ କାହାଣୀ । କାଳଜୟୀ ସ୍ରଷ୍ଟା ଅମୃତ ପ୍ରୀତମଙ୍କର ୧୭ଟି କାହାଣୀକୁ ନେଇ ଅମୃତ ପ୍ରୀତମଙ୍କର ‘ସ୍ମରଣୀୟ କାହାଣୀ’ ଏବଂ ୪ଜଣ ଶ୍ରେଷ୍ଠ ସାହିତ୍ୟକାରଙ୍କର ୨୦ଟି ନିର୍ବାଚିତ କାହାଣିକୁ ଆଧାର କରି ତାଙ୍କର ୨୦ଟି ଅଦ୍ୱିତୀୟ ଅନୁଭବ ପୁସ୍ତକ ଉନ୍ମୋଚନ ହୋଇ ସାରିଛି ।

Advertisement

ସୁପ୍ରସିଦ୍ଧ ନାରୀ ପ୍ରତିଭା ମନ୍ନୁ ଭଣ୍ଡାରୀଙ୍କ ‘ଆପ୍‌କି ବଣ୍ଟି’ ଉପନ୍ୟାସର ଓଡିଆ ଅନୁବାଦ ‘ ଆପଣଙ୍କ ବଣ୍ଟି ’ କିଛିଦିନ ତଳେ । ଭାରତୀୟ ଅନୁବାଦ ସମ୍ମିଳନୀ ଭୁବନେଶ୍ୱର ଖ୍ୟାତିନାମା ଅନୁବାଦକମାନଙ୍କ କରକମଳରେ ଉନ୍ମୋଚିତ ହୋଇ ତାଙ୍କୁ ଜଣେ ବଳିଷ୍ଠ ଅନୁବାଦକ ଭାବରେ ସ୍ୱୀକୃତି ପ୍ରଦାନ କରିଛନ୍ତିି । ଆସନ୍ତା ବର୍ଷରେ ସେ ଗୋଟିଏ ମୌଳିକ ଉପନ୍ୟାସ ଏବଂ ୨ଟି ଅନୁବାଦ ଗଳ୍ପ ସଂକଳନ ପ୍ରକାଶିତ କରି ପାଠକମାନଙ୍କୁ ଭେଟି ଦେବା ପାଇଁ ପ୍ରୟାସରତ ଅଛନ୍ତି । ଏବଂ ଏହା ସହ ସେ ଆଶା ରଖିଛନ୍ତି ଯେ ଆଗାମୀ ପୁସ୍ତକଗୁଡିକ ମଧ୍ୟ ପାଠକୀୟ ସ୍ୱୀକୃତି ଲାଭ କରିବ ।

Leave a Reply

Your email address will not be published. Required fields are marked *