Pratidin TV

Odisha's Digital News Platform

ଭାରତ ହାରିଲା ବିଶ୍ୱକପ କାନ୍ଦିଲେ ବିରାଟ, ସ୍ୱାମୀକୁ ଆଲିଙ୍ଗନ କରି ସମ୍ଭାଳିନେଲେ ଅନୁଷ୍କା…

ଦୀର୍ଘ ୧୨ ବର୍ଷ ପରେ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟରୁ ଅଳ୍ପକେ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଭାରତ ପରାଜୟ ପରେ ଏହାକୁ ନେଇ ଉଭୟ ଖେଳାଳି ଓ ଦର୍ଶକ ଭାଙ୍ଗି ପଡିଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିରାଟ ଓ ଅନୁଷ୍କାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଭାରତ ବିଶ୍ୱକପ ଟାଇଟେଲ ଅଧା ରହିଗଲା ପରେ ଛୋଟ ଛୁଆ ଭଳି କାନ୍ଦିଥିଲେ ବିରାଟ । ଠିକ୍ ସେତିକି ବେଳେ ସ୍ୱାମୀଙ୍କ ମନୋବଳ ବଢାଇବା ପାଇଁ ଆଲିଙ୍ଗନ କରିନେଇଥିଲେ ଅନୁଷ୍କା । ଆଉ ପଠି ଥାପୁଡେଇ ସ୍ୱାମୀଙ୍କୁ ବୁଝାଇବାରେ ଲାଗିପଡିଥିଲେ । ବର୍ତ୍ତମାନ ଅନୁଷ୍କା ଏବଂ ବିରାଟଙ୍କର ଏହି ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ପ୍ରଶଂସକ ମାନେ ମଧ୍ୟ ଭାବପ୍ରବଣ ହୋଇଛନ୍ତିା

Leave a Reply

Your email address will not be published. Required fields are marked *