Pratidin TV

Odisha's Digital News Platform

ଅକାୟଙ୍କୁ ନେଇ ଭାରତ ଫେରିଲେ ଅନୁଷ୍କା , ଏୟାରପୋର୍ଟରେ ଦେଖେଇଲେ ଜୁନିୟର କୋହଲିଙ୍କ ଝଲକ ..

ବିଉଟିଫୁଲ୍ କପଲ୍ ବିରାଟ ଅନୁଷ୍କା । ଉଭୟ ଝିଅ ଭାମିକା ପୁଅ ଅକାୟର ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ନିଜ ପିଲାମାନଙ୍କ ଚେହେରା ସମସ୍ତଙ୍କ ଠାରୁ ଲୁଚାଇ ରଖିଛନ୍ତି । ସମସ୍ତେ ତାଙ୍କ ପିଲମାନଙ୍କର ଝଲକ ଦେଖିବା ପାଇଁ ବ୍ୟାକୁଳ । ଚଳିତ ବର୍ଷ ଫେବୃୟାରୀରେ ଦ୍ୱିତୀୟ ସନ୍ତାନର ପିତା ମାତା ହୋଇଥିଲେ ବିରୁଷ୍କା । ଅନୁଷ୍କା ତାଙ୍କ ଦ୍ୱିତୀୟ ସନ୍ତାନକୁ ଲଣ୍ଡନରେ ଜନ୍ମ ଦେଇଥିଲେ । ଯେତେବେଳେ ପୁଅ ଜନ୍ମ ହେଲା ବିରାଟଙ୍କ ଫ୍ୟାନମାନେ ବହୁତ ଖୁସି ହେବା ସହ ଶୁଭେଚ୍ଛା ଜଣାଇଥିଲେ ।

କୋହଲି ଏବଂ ଅନୁଷ୍କା ତାଙ୍କ ପୁଅ ନାଁ ଅକାୟ ରଖିଥିଲେ । ଏବେ ପୁଅକୁ ଧରି ଅନୁଷ୍କା ଲଣ୍ଡନରୁ ଫେରିଛନ୍ତି ।ଏୟାରପୋର୍ଟରେ ଅନୁଷ୍କା ପୁଅର ଝଲକ ଫ୍ୟାନଙ୍କୁ ଦେଖାଇଥିଲେ । କିନ୍ତୁ ପୁଅ ଅକାୟର ଫଟୋ ନ ଉଠାଇବାକୁ ନିବେଦନ କରିଥିଲେ । ପୂର୍ବରୁ ଅନୁଷ୍କା ତାଙ୍କ ଝିଅ ଭାମିକାର ଫଟୋ ମଧ୍ୟ ସାର୍ବଜିନ ଭାବେ ପ୍ରକାଶ କରିନାହାନ୍ତି । ଅନୁଷ୍କା ଫ୍ୟାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫଟୋ କ୍ଲିକ କରିବାକୁ ମୁଁ ନିଜେ ଆପଣଙ୍କ ସାମ୍ନାକୁ ଆସିବି । କିନ୍ତୁ ପୁଅ ସହ ଦୟାକରି ଫଟୋ କ୍ଲିକ କରନ୍ତୁ ନାହିଁ । ବିରାଟ ଅନଷ୍କା ୧୧ ଡିସେମ୍ବର ୨୦୧୭ ରେ ବିବାହ କରିଥିଲେ । ଦୁହେଁ ଏବେ ଦୁଇଟି ସନ୍ତାନର ପିତା ମାତା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *