Pratidin TV

Odisha's Digital News Platform

ବଲିଉଡ୍‌- କ୍ରିକେଟ୍ ମଇଦାନ୍ ଛାଡି ‘ବୃନ୍ଦାବନ’ ଗଲେ ବିରାଟ୍ -ଅନୁଷ୍କା ..

1 min read

ମୁମ୍ବାଇ : କ୍ରିକେଟ୍ ମଇଦାନ ଓ ବଲିଉଡ୍‌ର ବିଜି ଲାଇଫ୍ ଛାଡି ବୃନ୍ଦାବନ ଗଲେ ବିରୁଷ୍କା । ବାହରକଲେ ନିଜ ପାଇଁ କିଛି ଭକ୍ତିର ସମୟ । ନିମ କରୋଲି ଆଶ୍ରମ ପହଂଚି ନେଇଛନ୍ତି ବାବାଙ୍କ ଆଶୀର୍ବାଦ । ପ୍ରଶଂସକମାନଙ୍କୁ ଦେଲେ ଅଟୋଗ୍ରାଫ୍ । ସେମାନଙ୍କ ସହିତ ନେଲେ ଫଟୋଗ୍ରାଫ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି ।

Advertisement

ସେଠାରେ ଏହି ଦମ୍ପତି ନିମ କରୋଲି ଆଶ୍ରମ ପହଂଚି ବାବାଙ୍କ ଆଶୀର୍ବାଦ ନେଇଛନ୍ତି । ବାବା ନିମ କରୋଲିଙ୍କ ଉପରେ ଅନୁଷ୍କା ଏବଂ ବିରାଟ ବାବାଙ୍କର ବହୁତ ବିଶ୍ୱାସ ଅଛି । ନଭେମ୍ବର ୨୦୨୨ରେ ମଧ୍ୟ ଉଭୟ ଉତରାଖଣ୍ଡର ବାବା ନିମ କରୋଲି ଆଶ୍ରମ ପରିଦର୍ଶନ କରିଥିଲେ । ଅନୁଷ୍କା ଏବଂ ବିରାଟ ଆଶ୍ରମରେ ପ୍ରାର୍ଥନା କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋଗୁଡ଼ିକରେ ବିରାଟ ଅଲିଭ ଜ୍ୟାକେଟ ଏବଂ କଳା ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଆଶ୍ରମରେ ବିରୁଷ୍କା ଏକ ଘଂଟା ଧ୍ୟାନ କରିଥିଲେ ।

ଆଶ୍ରମରେ କମ୍ବଳ ଏବଂ ପୋଷାକ ମଧ୍ୟ ବଂଟନ କରିଥିଲେ । ପ୍ରଶଂସକମାନଙ୍କୁ ଅଟୋଗ୍ରାଫ୍ ଦେଇଛନ୍ତି । ସେମାନଙ୍କ ସହିତ ଫଟୋଗ୍ରାଫ୍ ମଧ୍ୟ ନେଇଥିଲେ । ଏହା ପରେ ବିରାଟ ଏବଂ ଅନୁଷ୍କା ମା ଆନନ୍ଦମୟୀ ଆଶ୍ରମକୁ ଚାଲିଗଲେ । ତାଙ୍କର କାର୍ଯ୍ୟସୂଚୀ ସଂପୂର୍ଣ୍ଣ ଗୋପନୀୟ ରଖାଯାଇଛି । ଆନନ୍ଦମୟୀ ଆଶ୍ରମରେ ଗଣମାଧ୍ୟମକୁ ଏଣ୍ଟ୍ରି ଦିଆଯାଇ ନାହିଁ । ତାଙ୍କର କାର୍ଯ୍ୟକ୍ରମ ଏତେ ଗୁପ୍ତ ଥିଲା ଯେ କେହି ଜାଣିପାରିଲେ ନାହିଁ । କୁହାଯାଉଛି ଯେ ବିରାଟ ଏବଂ ଅନୁଷ୍କା ମଥୁରା ଆସିବା ପୂର୍ବରୁ ମଧ୍ୟ ଏଠାରେ ଏକ ଷ୍ଟାର ହୋଟେଲରେ ରୁମ୍ ବୁକ୍ ହୋଇସାରିଛି । ଅନୁଷ୍କା ଖୁବ ଶୀଘ୍ର ଚକଦା ଏକ୍ସପ୍ରେସରେ ନଜର ଆସିବେ । ଏହି ଫିଲ୍ମ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମର ଶୁଟିଂ ନିକଟରେ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *