Pratidin TV

Odisha's Digital News Platform

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ପରାମର୍ଶ , ନିଜ ସୀମା ଭିତରେ ରୁହନ୍ତୁ ..

1 min read

ଓଡ଼ିଶା ରାଜନୈତିକ ମଞ୍ଚରେ ଏବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ବିଜେଡି ଓ ବିଜେପି। ମଇଦାନରେ ପରସ୍ପରକୁ ସିଧାସଳଖ ନିଶାନା କରୁଛନ୍ତି ଉଭୟ ଦଳର ଦୁଇ ତୁଙ୍ଗ ନେତା ମାନେ । ଜଣେ ଅନ୍ୟଜଣଙ୍କ ବିରୋଧରେ ଦେଉଛନ୍ତି ବିବାଦୀୟ ବୟାନ । ଯାହା ପଲିଟିକାଲ୍ ଏବେ ଡ୍ରାମାକୁ ଆହୁରି ରୋଚକ କରିଛି। ତେବେ ଏହାରି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।

ନିଜ ସୀମା ଭିତରେ ରହି କଥା କଖିବାକୁ ପାଣ୍ଡିଆନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ” ମୋର କାମକୁ ନେଇ ପାଣ୍ଡିଆନ ବାବୁ ସନ୍ତୁଷ୍ଠ ନୁହଁ ବୋଲି କହିଛନ୍ତି। ହେଲେ ମୋର ରାଜନୈତିକ ଭବିଷ୍ୟତ ତାଙ୍କ ମତାମତ ଉପରେ ନିର୍ଭର କରେନାହିଁ। ମୁଁ ପ୍ରତିବର୍ଷ ମୋର ରିପୋର୍ଟ କାର୍ଡ ଦେଇଛି। ଯାହାକି ପବ୍ଲିକ ଡୋମେନରେ ଉପଲବ୍ଧ ରହିଛି। ପାଣ୍ଡିଆନ ବାବୁ ତାହାକୁ ସେଠାରୁ ପଢି ନିଅନ୍ତୁ।ମୋତେ ପଚାରୁଛନ୍ତି ମୁଁ ୫ ବର୍ଷରେ କଣ କରିଛି। ମାତ୍ର ବିଜେଡିର ୧୨ ଜଣ ସାଂସଦ ଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖନ୍ତୁ ପାଣ୍ଡିଆନ୍ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ସାଂସଦ ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନ୍ ରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ସାଂସଦ ବିଜେଡିର ଲୋକସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ୍ ଡୋମେନରେ ରଖନ୍ତୁ ? ମାତ୍ର ୩ ଜଣ କୁ ଛାଡିଦେଲେ ଅନ୍ୟ କୌଣସି ସାଂସଦ ଲୋକସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ବିଜେପିକୁ ଆଉ ନରେନ୍ଦ୍ର ମୋଦୀ ଙ୍କୁ ହିଁ ଜିତାଇବେ।

Advertisement

ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ୱାର୍ଡ ମେମ୍ବର ନିର୍ବାଚନ ମଧ୍ଯ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡଙ୍ଗୀ କଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମପି କଣ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାରର ଶିକ୍ଷା ଦିଆଯାଇଥାଏ। ଜଣେ ପୂର୍ବତନ ଅଧିକାରୀ ହିସାବରେ ପ୍ରଧାନମନ୍ତ୍ରୀ ଙ୍କ କାମକୁ ନେଇ ନକାରାତ୍ମକ ଟିପ୍ପଣୀ ନକରନ୍ତୁ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ ବୋଲି ଟିପ୍ପଣୀ ନଦିଅନ୍ତୁ। ଖାଲି ସେତିକି ନୁହଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ଔକାତ୍, ଓ ଦମ ଶବ୍ଦର ବ୍ୟବହାର କରିବା ଏବଂ ତାଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ। ପାଣ୍ଡିଆନ୍ ବାବୁ ନିଜ ସୀମା ଭିତରେ ରହିବା ଦରକାର। ମର୍ଯ୍ୟାଦାପୂର୍ଣ୍ଣ କଥା କହିବା ଉଚିତ୍। ଏହାସହ ସେ କହିଛନ୍ତି ସାକ୍ଷାତକାରରେ ବିଜେପିର ନେତାମାନଙ୍କୁ କୁଜି ନେତା କହିଛନ୍ତି ପାଣ୍ଡିଆନ୍ ବାବୁ। ମୁଁ ଏହିଭଳି ଶବ୍ଦ ପ୍ରୟୋଗକୁ ଭର୍ସନା କରୁଛି। ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଏପରି ମତ ପାଣ୍ଡିଆନ୍ ବାବୁଙ୍କୁ ଶୋଭା ଦେଉନାହିଁ।

Leave a Reply

Your email address will not be published. Required fields are marked *