Pratidin TV

Odisha's Digital News Platform

ଅପରାଜିତାଙ୍କ ପ୍ରେସମିଟର କଡା ଜବାବ୍ ଦେଲେ ସସ୍ମିତ ପାତ୍ର

1 min read

ଅପରାଜିତାଙ୍କୁ କଡା ଜବାବ ଦେଲେ ସସ୍ମିତ ପାତ୍ର | ସସ୍ମିତ ଅପରାଜିତାଙ୍କୁ ଟାର୍ଗେଟ କରି କହିଥିଲେ, ଗୁଣ୍ଡ ମାନଙ୍କ ସହ ରହି ରହି ଗୁଣ୍ଡାଗର୍ଦ୍ଦି କରୁଥିବା ଲୋକଙ୍କର ସମର୍ଥନ କରୁଛନ୍ତି | ବିଶେଷ ଭାବେ ପ୍ରଶାନ୍ତଙ୍କ ସପକ୍ଷରେ ବାହାରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଏପରି ଭାବେ କଡା ସମାଲୋଚନା କରିଛି ବିଜେଡି |

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଇଏ ସେଇ ପ୍ରଶାନ୍ତ ଜଗଦେବ ଯିଏ କି ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ। ବିଜେପିର ଜଣେ ନେତାଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ବିଜେପି ନେତାମାନେ କେତେ କଥା କହିଥିଲେ। ଏପରିକି ନିଜେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ଜେଲରେ। ଏବେ ତାଙ୍କୁ ପୁଣି କେଉଁ ମୁହଁରେ ଅପରାଜିତା ସମର୍ଥନ କରୁଛନ୍ତି | ଏପରି ସିଧା ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଶାନ୍ତଙ୍କ ପାଇଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି। ତେବେ କାହିଁକି ବିଜେପି ପ୍ରଶାନ୍ତଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିଛି ବୋଲି ପଚାରିଛନ୍ତି ସସ୍ମିତ। ସସ୍ମିତ ଏହା ବି ମନେ ପକାଇ ଦେଇଛନ୍ତି ଯେ, ପ୍ରଶାନ୍ତଙ୍କୁ NSAରେ ଗିରଫ କରିବାକୁ ସେତେବେଳେ ଦାବି କରିଥିଲେ ପୃଥ୍ବୀରାଜ ହରିଚନ୍ଦନ। ମୋହନ ମାଝୀ ବି ପ୍ରଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେଡି ବହିଷ୍କାର କରିଥିଲା। ତେବେ ବିଜେପି ଏବଂ ଅପରାଜିତା କଣ କଲେ ତାଙ୍କୁ ଫୁଲମାଳ ପକାଇ ପ୍ରଶାନ୍ତ ଜଗଦେବଙ୍କୁ କୋଳାଇ ନେଇ ଏମଏଲଏ ଟିକଟ ଦେଇଥିଲା | ଏବେ ପୁଣି ତାଙ୍କର ହିଂସାକାଣ୍ତ ସତ୍ତ୍ବେ କାହିଁକି ବିଜେପି ସମର୍ଥନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର। ସେ ଆହୁରି କହିଥିଲେ ବଧେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରଶାନ୍ତଙ୍କୁ କ୍ରିମିନାଲ ରେକର୍ଡ ପାଇଁ ତାଙ୍କୁ ଟିକେଟ ଦେଉଛନ୍ତି |

ସେହିପରି କଟକର ଗ୍ଯାଙ୍ଗଷ୍ଟର ବ୍ରଦର୍ସ ଧଳସାମନ୍ତଙ୍କୁ କଟକର ବାଇମୁଣ୍ଡି ବୋଲି ବିଜେପି କହିଥିବାର ସସ୍ମିତ ପାତ୍ର ମନେ ପକାଇ ଦେଇଛନ୍ତି । କ୍ରିମିନାଲମାନଙ୍କୁ ବିଜେପି ସବୁବେଳେ ସମର୍ଥନ କରି ଆସୁଛି । ସସ୍ମିତ ଆହୁରି ଅପରାଜିତାଙ୍କୁ ଟାର୍ଗେଟ କରି ଆହୁରି ସସ୍ମିତ କହିଥିଲେ, ଏହି ସେ ପ୍ରଶାନ୍ତ ଜଗଦ୍ଦେବ ଯିଏ ଭାରତୀୟ ଜନତା ପାର୍ଟି ବିରୋଧରେ ଅନେକ ପ୍ରକାର ବକ୍ତବ୍ୟ ଦେଇଥିଲେ ଯାହାକୁ ଆପଣମାନେ ଘୋର ବିରୋଧ କରିଥିଲେ |

ଏହିପରି ଭାବରେ ଭାରତୀୟ ଜନତା ପାର୍ଟିର କ୍ରିମିନାଲ ମାନଙ୍କ ପ୍ରତି ଭଲ ପାଇବା ଅଛି ତାହା କାହା ପକ୍ଷରୁ ଅଛପା ନାହିଁ | ଏଥିପାଇଁ ବିଜେପିକୁ ଲଜ୍ଜା ଲାଗିବା କଥା ଏବଂ ଏଥିପାଇଁ ବିଜେପି ଓଡ଼ିଶାରେ ବାରମ୍ବାର ହାରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର।

Leave a Reply

Your email address will not be published. Required fields are marked *