ସମ୍ପର୍କର ମହାଭାରତ ଲଢେଇରେ, ତୃପ୍ତିଙ୍କର ସାରଥୀ ସାଜିବେ ଶାଶୁ ଅପରାଜିତା
1 min readଭୁବନେଶ୍ୱର :ବାବୁସାନ-ପ୍ରକୃତି-ତୃପ୍ତି କଳି ବାହାରକୁ ଆସିବାପରେ । ଗୋଟିଏ ପରେ ଗୋଟିଏ ଜାଲରେ ଗୁଡେଇ ହେଇ ଚାଲିଛି ଏହି ଘଟାଣା । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ଜେରା କରିବା ପରେ ପୋଲିସ ବାବୁସାନ ଓ ପ୍ରକୃତିଙ୍କୁ ପଠାଇଥିଲା ନୋଟିସ । କିନ୍ତୁ ଏଯାଏ ଉଭୟଙ୍କର ଦେଖାନାହିଁ । ଦୁହେଁ ଗୋଟେ ପରେ ଗୋଟେ ଭିଡିଓରେ ନିଜର ମତ ରଖି ତାକୁ ସୋସିଆଲ ମିଡିଆରେ ଛାଡିବା ପରେ କେସ୍ଟି ଏକ ଜଟିଳ ଦିଗକୁ ଗତିକରୁଛି ।
ଏପଟେ ପ୍ରକୃତି ଓ ତାଙ୍କ ପରିବାର ଚେନ୍ନାଇରେ ଖୁସିମଜା ମନେଇବାର ଫଟୋ ପ୍ରକୃତିଙ୍କ ମା ସୋସିଆଲ ମିଡିଆରେ ଅପ୍ଲୋଡ୍ କଲାବେଳେ ,ବାବୁସାନଙ୍କ ଖୋଜ ଖବର ମିଳିପାରିନାହିଁ । ସେ କେଉଁଠାରେ ଅଛନ୍ତି ,କାହାସହ ଅଛନ୍ତି ,କେମିତିଅଛନ୍ତି ,ଓଡିଶାକୁ କଣ ପାଇଁ ଫେରୁନାହାନ୍ତି ,ଘରକୁ କାହିଁକି ଆସୁନାହାନ୍ତି ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ବାବୁଙ୍କ ପରିବାର ଲୋକମାନଙ୍କ ମନରେ ।ତଥାପି ଏପରି ପରିସ୍ଥିତିରେ ଭାଙ୍ଗିଯାଇ ନାହାନ୍ତି ବାବୁଙ୍କ ମା । ହଁ ଅପରାଜିତା ଜଣେ ବେଶ ଚର୍ଚ୍ଚିତ କଳାକାର କିନ୍ତୁ ସର୍ବପ୍ରଥମେ ସେ ଜଣେ ନାରୀ ଓ ଜଣେ ମା । ଜଣେ ନାରୀ ହୋଇ କେମିତି ଛାଡିପାରିବେ ଆଉ ଜଣେ ନାରୀକୁ ଏପରି ଅବସ୍ଥାରେ ।
ଓଡିଆ ଜଗତର ମହାନ ଅଭିନେତ୍ରୀ ଅପରାଜିତା ନିଜ ପୁଅକୁ ଛାଡି ସତ୍ୟର ଏହି ଧର୍ମଯୁଦ୍ଧରେ ଧରିଛନ୍ତି ନିଜ ବୋହୁ ତୃପ୍ତିର ହାତ । ହଁ ସେଇ ମା ଆଜି ଧର୍ମଯୁଦ୍ଧରେ ଓହ୍ଲେଇଛି ତାର ପୁଅକୁ ଫେରାଇଆଣିବା ପାଇଁ ତା ବୋହୁ ଓ ନାତୀ ନିକଟକୁ । ପ୍ରକୃତିଙ୍କ ମାୟା ଜାଲରେ ଛନ୍ଦିହୋଇ ରହିଥିବା ବାବୁସାନ ସିନା ଘରଲୋକଙ୍କୁ ପର ଭାବି ହାତଛାଡି ଦେଲେ । କିନ୍ତୁ ସ୍ତ୍ରୀ ତୃପ୍ତି ଓ ମା ଅପରାଜିତା ତାଙ୍କୁ ଏହି ମାୟା ଜାଲରୁ ବାହରକୁ ଆଣିବ ପାଇଁ ଆରମ୍ଭ କରିଦେଇଛନ୍ତି ନିଜର ନ୍ୟାୟ ଲଢେଇ । ନାତି ଓ ବୋହୁ କୁ ନିଜର ହକ୍ ଫେରାଇଦେବାକୁ ସେ ଆଜି ସାଜିଯାଇଛନ୍ତି ସାରଥୀ । ଜଣେ ମା ହିଁ ସାଜିପାରେ ଶ୍ରେଷ୍ଠ ଯୋଦ୍ଧା ,ଯେତେବେଳେ କଥା ତା ସନ୍ତାନ ଉପରେ ଆସିଯାଏ ।