Pratidin TV

Odisha's Digital News Platform

ସତ କହିବେ ବାବୁସାନ : ଅପରାଜିତା ମାଗିଲେ ପୁଅ ବାବୁସାନ୍‌ଙ୍କ ପାଇଁ ୨ ଦିନ ସମୟ

ଭୁବନେଶ୍ୱର :ପତିପତ୍ନୀ ଓ ପ୍ରକୃତି ବିବାଦରେ,ଗତକାଲି ପ୍ରକୃତିଙ୍କ ଭୁବନେଶ୍ୱର ଫେରିବା ପରେ ଖାରବେଳନଗର ପୋଲିସଙ୍କ ଦ୍ୱାରା ପ୍ରାୟ ୧ ଘଣ୍ଟା ଜେରା କରାଯାଇଥିଲା ତାଙ୍କୁ । ତେବେ ଆଜି ସକାଳୁ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ଆସି ପହଞ୍ଚି ଯାଇଥିଲେ ବାବୁସାନ । ଏହାପରେ ସେଠାର ଉପସ୍ଥିତ ଥିବା ଗଣମାଧ୍ୟମକୁ ଓ ନିଜ ଫ୍ୟାନ୍ସମାନଙ୍କୁ କିଛି ଉତ୍ତର ନଦେଇ ସିଧା ଘରକୁ ପଳାଇଯାଇଥିଲେ ବାବୁସାନ ।

ତେବେ ଏହାପରେ ତାଙ୍କ ଭୁବନେଶ୍ୱର ସ୍ଥିତ ଘର ଆଗରେ ଗଣମାଧ୍ୟମ ଓ ହଜାର ହଜାର ଫ୍ୟାନ୍ସ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ବାହରକୁ ବାହାରି ନଥିଲେ ବାବୁ । ଏହାପରେ ବାବୁସାନଙ୍କ ବଦଳରେ ତାଙ୍କ ମା ଅପରାଜିତା ବାହରି ଗଣମାଧ୍ୟମକୁ ଓ ଫ୍ୟାନ୍ସ ମାନଙ୍କୁ ୨ ଦିନ ସମୟ ମାଗିଥିଲେ । ଏହା ସହ ସେ କହିଥିଲେ ‘ବାବୁ ବୋହୁତ ଥକିଯାଇଛି ,ତାକୁ ୨ ଦିନ ସମୟ ଦିଅ ’ସେ ନିଜେ କହିଛି ମୋତେ ସବୁ ସତା କଥା କହିବ ଆପଣମାନଙ୍କ ଆଗରେ । ତେବେ ବାବୁସାନ ଆସିବାକୁ ଅନେକ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଜେରା ଆରମ୍ଭ କରିନି ।

Leave a Reply

Your email address will not be published. Required fields are marked *