Pratidin TV

Odisha's Digital News Platform

ଉତ୍ତର ଆଫ୍ରିକାରୁ ଭାସିଆସୁଛି ଧୂଳି ମେଘ……ଏଥେନ୍ସ ସହର ପାଲଟିଛି ମଙ୍ଗଳ ପରି କମଳା ଆକାଶ

1 min read

ପାଣିପାଗ ପରିବର୍ତ୍ତନ ବଦଳାଇ ଦେଇଛି ୟୁରୋପ ଚିତ୍ର | ଗ୍ରୀସ ରାଜଧାନୀ ଆଥେନ୍ସିର ବାୟୁମଣ୍ଡଳ ସମ୍ପୂର୍ଣ କମଳା ରଙ୍ଗରେ ପାଲଟିଯାଇଛି | ଏହାକୁ ନେଇ ସରକାର ହୋଇଯାଇଛନ୍ତି ଚିନ୍ତିତ |

ତେବେ ସୂଚନା ଅନୁସାରେ, ଆଫ୍ରିକା ସହର ମରୁଭୂମିର ହଳଦିଆ କମଳା ରଙ୍ଗର ଧୂଳି ଗ୍ରୀସ ରାଜଧାନୀକୁ ଚାରିଆଡୁ ଘେରିଦେଇଛି | ଏହି ଧୂଳି ସମସ୍ୟା ଦ୍ୱାରା ଲୋକଙ୍କୁ ଶ୍ୱାସକ୍ରିୟା ସମସ୍ୟା ଦେଖିବାର ଆଶଙ୍କ ରହିଥିବାର ସରକାର ସ୍ୱାସ୍ଥ୍ୟ ସଚେତନତା ଜାରି କରିଛି | ତେବେ ଗ୍ରୀସରେ କମାଲ ରଙ୍ଗର ବାତାବରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ପରେ ଗ୍ରୀସ୍‌ର ପାଣିପାଗ ବିଶେଷଜ୍ଞ କୋଷ୍ଟାସ୍ ଲାଗୋଭାର୍ବୋସ ଫେସ୍‌ବୁକ୍‌ରେ ଏହାର କିଛି ଝଲକ ପୋଷ୍ଟ କରିଛନ୍ତି । ଆଥେନ୍ସ ‘ଏ କଲୋନି ଅଫ୍ ମାର୍ସ’ ଭଳି ଦିଶୁଥୁବା ସେ ଲେଖୁଛନ୍ତି ।

ସୂଚନା ମୁତାବକ, ଉତ୍ତର ଆଫ୍ରିକାରୁ ଗ୍ରୀସ୍ ଓ ଅନ୍ୟ ଅଞ୍ଚଳ ଆଡ଼କୁ ଧୂଳିର ମୋଟା ବାଦଲ ଉଡି ଆସୁଛି । ଏହାଦ୍ଵାରା କମ୍ ଦୃଶ୍ୟମାନ ହେବ ସହ ଶ୍ବାସକ୍ରିୟା ସମସ୍ୟା ଉପୁଜଉଥିବାର ଦେଖିବାକୁ ମିଳେ । ଅନ୍ୟପଟେ ନାସା ପକ୍ଷରୁ କୁହାଯାଇଛି ଯେ ଉତ୍ତର ଆଫ୍ରିକାରେ ଖରାପ ପାଣିପାଗ ଯୋଗୁ ଏପ୍ରିଲ ମଧ୍ୟଭାଗରେ ସାଇପ୍ରସ୍ ଉପର ଦେଇ ଧୂଳି ଆସିଥାଏ । ଆକାଶକୁ ଏହା ଅନ୍ଧାରିଆ କରିଦେବା ସହ ବାୟୁର ମାନକୁ ଖରାପ କରିଥାଏ। ନାସାର ‘ଟେରା’ ଉପଗ୍ରହ ଦ୍ବାରା ଉତ୍ତୋଳିତ ଫଟୋରେ ଦେଖୁବାକୁ ମିଳିଥିଲା ଯେ ଏପ୍ରିଲ ୨୨ରେ ସାଇପ୍ରସ୍ ବାୟୁମଣ୍ଡଳ ଅରେଞ୍ଜ୍ ରଙ୍ଗରେ ପରିଣତ ହୋଇଛି |

Leave a Reply

Your email address will not be published. Required fields are marked *