Pratidin TV

Odisha's Digital News Platform

ଭୁଲ ଖବର ପାଇଁ ନବୀନଙ୍କୁ ମାଗିଲେ କ୍ଷମା

1 min read

ଭିକେ ପାଣ୍ଡିଆନଙ୍କ ସପକ୍ଷରେ X ଜରିଆରେ ନବୀନ ପୋଷ୍ଟ କରିବା ପରେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି ସାମ୍ବାଦିକ | ଏହାସହ ଜାତୀୟ ଗଣମାଧ୍ୟମ ମଧ୍ୟ ଏଥିପାଇଁ ଭୁଲ ଖବର ପ୍ରକାଶ କରିବା ନେଇ ଦୁଃଖ ପ୍ରକାଶ କରିବା ସହ ନିସ୍ଵାର୍ଥ କ୍ଷମା ପ୍ରାର୍ଥନା କରିଛନ୍ତି |

ସାମ୍ବାଦିକ ଶାହିଦ ଫରିଦି ମଧ୍ୟ କ୍ଷମା ପ୍ରାର୍ଥନା କରିବା ସହ ପୋଷ୍ଟ କରିଛନ୍ତି | ଏପରିକି କିଛି ସୂତ୍ର ଆଧାରରେ ଖବର କରିଥିଲେ ମଧ୍ୟ ସେ ଏହାର ସତ୍ୟାସତ୍ୟ ଯାଞ୍ଚ କରିନଥିବା ଉଲ୍ଲେଖ କରିଛନ୍ତି | ତେବେ ବିଜେଡି ସଭାପତି ନବୀନଙ୍କ ସ୍ପଷ୍ଟୀକରଣ ନିଆଯାଇ ନଥିଲା | ତେଣୁ ଏହି ଖବର ପ୍ରକାଶକୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ମିଛ, ଅପମାନ ସୂଚକ ବୋଲି କହିଥିଲେ |

Advertisement

ବିଜେଡିରେ ପାଣ୍ଡିଆନଙ୍କ ଦବଦବା କମି ନାହିଁ | ଯାହାକୁ ଢାଲ କରି ଦିଲ୍ଲୀର ଜଣେ ପାୱାରଫୁଲ କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ଅମିତ ଶାହାଙ୍କୁ ଭେଟିବାକୁ ଉଦ୍ୟମ କରୁଛନ୍ତି | ଡ଼ିଲ କରି ଓଡ଼ିଶାରେ ବିଜେଡିରେ ଫାଟ ସୃଷ୍ଟି କରି ବିଜେପିକୁ ଶକ୍ତିଶାଳୀ କରିବାକୁ ପାଣ୍ଡିଆନ ଉଦ୍ୟମ ଚଳାଇଛନ୍ତି | ତେବେ ଜାତୀୟ ଗଣମାଧ୍ୟମରେ ଏପରି ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି |

ତେବେ ପୁଣିଥରେ ପାଣ୍ଡିଆନଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ବିଜେଡି ସୁପ୍ରିମୋ | ଗତକାଲି ନବୀନ କହିଥିଲେ ଏହା ସମ୍ପୂର୍ଣ୍ଣ ମିଛ ଏବଂ ଉଦେଶ୍ୟ ପ୍ରମାଣିତ | ତେବେ ନବୀନଙ୍କ ଏହି ପୋଷ୍ଟ ପରେ ଜାଣିବାକୁ ମିଳିଥିଲା ଯେ, ପରାଜୟ ପରେ ମଧ୍ୟ ନବୀନ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ସମ୍ପର୍କ ଏବେ ମଧ୍ୟ ସୁଦୃଢ ଅଛି |

Leave a Reply

Your email address will not be published. Required fields are marked *